କନକ ବ୍ୟୁରୋ: ବିବାଦୀୟ କୋଟିଆରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ରାଜ୍ୟସରକାରଙ୍କୁ ପ୍ରଶଂସା କରିଛନ୍ତି ପଦ୍ମଶୀ ବାବା ବଳିଆ । ରଥଯାତ୍ରା ଅବସରରେ କୋଟିଆଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ଆନ୍ଧ୍ରପ୍ରଦେଶର ବିବାଦୀୟ କାର୍ଯ୍ୟକ୍ରମକୁ ନିନ୍ଦା କରିଛନ୍ତି ବାବା ବଳିଆ । ଏହାସହ କୋଟିଆରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ସହ ଆଦିବାସୀଙ୍କୁ ପ୍ରଲୋଭିତ କରି ଧର୍ମାନ୍ତିକରଣ ପାଇଁ ବଡ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି ବାବା ବଳିଆ ।
ଆଦିମକ୍ଷେତ୍ରରେ ରହୁଥିବା ଆଦିବାସୀଙ୍କ ଜୀବନ ଜୀବିକାର ଉନ୍ନତି ଆଣିବା ପାଇଁ ଓଡିଶା ସରକାର ବହୁ ପଦକ୍ଷେପ ନେଉଛନ୍ତି । ଏହାକୁ ନେଇ ବିବ୍ରତ ହୋଇ ଆନ୍ଧ୍ରପ୍ରଶାସନ ହୀନ ପ୍ରୟାସ କରୁଛି । ଆଦିବାସୀଙ୍କୁ ପ୍ରଲୋଭିତ କରି ଆନ୍ଧ୍ରପ୍ରଦେଶ ପକ୍ଷରୁ ଧର୍ମାନ୍ତିକରଣ ପାଇଁ ଯୋଜନା କରାଯାଉଥିବାରୁ ଏହାକୁ ଦୃଢ ନିନ୍ଦା କରିଛନ୍ତି ପଦ୍ମଶ୍ରୀ ବାବା ବଳିଆ । କୋଟିଆର ଆଦିବାସୀ ନିଜ ଧର୍ମକୁ ନେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏବଂ କହିଛନ୍ତି ଆଗାମୀ ଦିନରେ ପୁଣି ସେ କୋଟିଆ ଆସିବେ ଏବଂ ଆଦିବାସୀଙ୍କ ମଧ୍ୟରେ ସେମାନଙ୍କ ଧର୍ମ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/baba-balia.jpg)