ରାସ୍ତା କଡରେ କମଳା ବିକୁଥିବା ହରେକାଲାଙ୍କୁ ମିଳିଲା ପଦ୍ମଶ୍ରୀ, ଜାଣନ୍ତୁ କାହିଁକି ?

143

କନକ ବ୍ୟୁରୋ : ଲୋକ ସାଧାରଣ ହେଲେ କାମ ଅସାଧାରଣ । ଏଭଳି ଅନେକ ଲୋକଙ୍କ କାହାଣୀ ଆପଣ ନିଶ୍ଚିନ୍ତ ପଢିଥିବେ । ହେଲେ ରାସ୍ତା କଡରେ ବସି କମଳା ବିକୁଥିବା ଜଣେ ଲୋକକୁ ଦେଶର ସବୁଠୁ ବଡ ଚତୁର୍ଥ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରାଯିବା କଥା ଆଜି ଦେଖିବାକୁ ମିଳିଛି । ୬୮ ବର୍ଷିୟ ହରେକାଲାଙ୍କୁ ଯେତେବେଳେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଗଲା ସେତେବେଳେ ପୁରା ରାଷ୍ଟ୍ରପତି ଭବନ ତାଳିର ଶବ୍ଦରେ ଗୁଞ୍ଜରିତ ହୋଇ ଉଠିଲା । ଏହାସହ ଅନେକ ଜ୍ଞାନୀ ଗୁଣି ଲୋକ ସେମାନଙ୍କ ଟ୍ୱିଟର ହ୍ୟାଣ୍ଡଲରେ ବି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । .

ଆପଣଙ୍କୁ କହିରଖୁ କି କର୍ଣ୍ଣାଟକର ମେଙ୍ଗାଲୋରରେ ରହୁଥିବା ହରେକାଲା ହଜବ୍ୱା ପେଶାରେ ଜଣେ କମାଳା ବେପାରୀ । ସେ ତାଙ୍କ ବାଲ୍ୟକାଳରେ କୌଣସି କାରଣରୁ ସ୍କୁଲଶିକ୍ଷା ବି ପାଇବାରୁ ବଞ୍ଚିତ ହୋଇଥିଲେ । ହେଲେ ତାଙ୍କୁ ‘ଅକ୍ଷର ସନ୍ଥ’ ଭାବେ ସମସ୍ତେ ଜାଣିଛନ୍ତି । ହରେକାଲା କମଳା ବିକ୍ରିରୁ ଯାହା ଲାଭ ପାଇଥାନ୍ତି ତାହାକୁ ଏକତ୍ରିତ କରି ନିଜ ଗାଁରେ ଏକ ସ୍କୁଲ ନିର୍ମାଣ କରିଛନ୍ତି । ଉର୍ଦ୍ଦେଶ୍ୟ ରହିଛି କି ଗ୍ରାମାଞ୍ଚଳର ପିଲା ଯେଭଳି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି । ଏତେ ବଡ ମହତ୍ୱ ଉର୍ଦ୍ଦେଶ୍ୟ ନେଇ କାମ କରୁଥିବା ହରେକାଲା ଯେତେବେଳେ ଖାଲି ପାଦରେ ଏକ ଖଦଡ ଧୋତି ପିନ୍ଧି ରାଷ୍ଟ୍ରପତି ଭବନରେ ପୁରସ୍କାର ନେବାକୁ ପହଂଚିଥିଲେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

ହରେକାଲାଙ୍କ କାହାଣୀ ଥିବା ଏହିଭଳି । ଏକଦା କିଛି ଇଂଗ୍ରାଜୀ ପର୍ଯ୍ୟଟକ ତାଙ୍କ କମଳା ଦୋକାନକୁ ଆସି ଇଂଗ୍ରାଜୀରେ କମଳାର ଦାମ କେତେ ବୋଲି ପଚାରିଥିଲେ । ହେଲେ ହରେକାଲା ପାଠ ପଢିନଥିବାରୁ ସେମାନଙ୍କୁ କମଳାର ଦାମ କହିପାରି ନଥିଲେ । ହରେକାଲା କହିଥିଲେ କି ଯେଉଁ ଫଳକୁ ମୁଁ ବର୍ଷ ବର୍ଷ ଧରି ବିକ୍ରି କରୁଛି ତାର ଦାମ ନକହିପାରିବ ମୋତେ ଲଜ୍ଜିତ କରିଥିଲା । ଏହାପରେ ସେ ଗାଁରେ ଏକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ହରେକାଲାଙ୍କ ଗ୍ରାମରେ ସ୍କୁଲ ନଥିଲା । ୨୦୨୦ ମସିହାରେ ତାଙ୍କ ସ୍ୱପ୍ନ ସାକାର ହୋଇଥିଲା ।