ପଦ୍ମବେଶରେ କଳାଠାକୁର । ଆଜି ମଧ୍ୟରାତ୍ରରେ ପଦ୍ମବେଶରେ ଆଭୂଷିତ ହେବେ ତିନି ଠାକୁର, ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି ।

177

କନକ ବ୍ୟୁରୋ : ପଦ୍ମଫୁଲରେ ସଜେଇ ହେବେ ଶ୍ରୀଜିଉ । ଶ୍ରୀମନ୍ଦିରରେ ଏହି ବିରଳ ପଦ୍ମବେଶରେ ଦର୍ଶନ ଦେବେ ତିନି ଠାକୁର । ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡିଲେ ଏହି ପଦ୍ମବେଶରେ ସଜେଇ ହୋଇଥାନ୍ତି ମହାପ୍ରଭୁ ଜଗନ୍ନାଥ ।

ଆଜି ମଧ୍ୟରାତିରେ ବଡସିଂହାର ବେଶ ସମୟରେ ଶ୍ରୀଜିଉମାନଙ୍କୁ ଏହି ପଦ୍ମବେଶରେ ଭୂଷିତ କରିବେ ସେବାୟତ । ଗୁରୁବାର ସକାଳେ ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିପାରିବେ । ଏହି ବେଶ ହେବା ପରେ ଶ୍ରୀଜିଉଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବାର ପରମ୍ପରା ରହିଛି । ପଦ୍ମବେଶରେ ଥାଇ ଆଜି ଠାକୁରଙ୍କ ପହୁଡ ନୀତି ହେବ ।