ପଦ୍ମଶ୍ରୀ ମିଳିବା ପରେ ଧାରଣାରେ କୁସ୍ତିଯୋଦ୍ଧା ବିରେନ୍ଦ୍ର ସିଂ, ରାଜ୍ୟ ସରକାରଙ୍କୁ ପାଖରେ ରଖିଲେ ଏମିତି ଦାବି

97

କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେବା ପରେ ହରିଆଣାର ମନୋହରଲାଲ ଖଟ୍ଟର ସରକାରଙ୍କ ବିରୋଧରେ ଧାରଣାରେ ବସିଛନ୍ତି ପରା କୁସ୍ତିଯୋଦ୍ଧା ବିରେନ୍ଦ୍ର ସିଂ । କିଛିଦିନ ତଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ପଦ୍ମଶ୍ରୀ ପାଇବା ପରେ ଦିଲ୍ଲୀସ୍ଥିତ ହରିଆଣା ଭବନ ଆଗରେ ବିରେନ୍ଦ୍ର ସିଂ ଧାରଣାରେ ବସିଛନ୍ତି ।

ଏନେଇ ବିରେନ୍ଦ୍ର ସିଂ ଏକ ଟ୍ୱିଟ କରି ଲେଖିଛନ୍ତି କି ମନୋହରଲାଲ ଖଟ୍ଟର ସରକାର ଯେପର୍ଯ୍ୟନ୍ତ ମୁକ ବଧିର ଖେଳାଳୀଙ୍କୁ ପରା ଖେଳାଳୀର ମାନ୍ୟତା ଦେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ମୁଁ ଧାରଣାରେ ବସିବି । ଯେତେବେଳେ କେନ୍ଦ୍ର ସରକାର ଆମମାନଙ୍କୁ ସମ୍ମାନ ଓ ଅଧିକାର ଦେଉଛନ୍ତି ସେତେବେଳେ ରାଜ୍ୟ ସରକାର କାହିଁକି ଦେବେ ନାହିଁ ବୋଲି ସେ ଖଟ୍ଟର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

କହିରଖୁ କି ବିରେନ୍ଦ୍ର ସିଂଙ୍କୁ ପାରା କୁସ୍ତଯୋଦ୍ଧା ଭାବେ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି । ମାତ୍ର ସେ ଅଭିଯୋଗ କରିଛନ୍ତି କି ରାଜ୍ୟ ସରକାର ତାଙ୍କୁ ସମ୍ମାନ କିମ୍ବା ଅଧିକାର ଦେଉ ନାହାଁନ୍ତି ।