ଚର୍ଚ୍ଚାରେ ଯାଜପୁରର ଶତାୟୀ ନନ୍ଦ ସାର : ପଦ୍ମଶ୍ରୀ ସମ୍ମାନ ଗ୍ରହଣ ବେଳେ ରାଷ୍ଟ୍ରପତିଙ୍କୁ କଲେ ଆର୍ଶୀବାଦ

ସୋସିଆଲ ମିଡିଆରେ ନନ୍ଦ ପୃଷ୍ଟିଙ୍କ କାମକୁ ନେଇ ପ୍ରଶଂସା

125

କନକ ବ୍ୟୁରୋ : ଚର୍ଚ୍ଚାରେ ଯାଜପୁରର ପଦ୍ମଶ୍ରୀ ସମ୍ମାନ ପାଇଥିବା ନନ୍ଦ ସାର । ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଯାଜପୁରର ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମୟର ଏକ ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସମ୍ମାନ ଗ୍ରହଣ କରି ଶତାୟୁ ନନ୍ଦ ପୃଷ୍ଟି ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ନନ୍ଦ ପୃଷ୍ଟିଙ୍କ ବର୍ତମାନ ବୟସ ୧୦୨ ବର୍ଷ । ସେ ଦୀର୍ଘ ଦଶନ୍ଧି ଧରି ଜିଲ୍ଲାରେ ଛୋଟପିଲା ଓ ଅନ୍ୟ ବ୍ୟକ୍ତିଙ୍କୁ ଶିକ୍ଷାଦାନ କରିଆସୁଛନ୍ତି ।

ନନ୍ଦ ପୃଷ୍ଟିଙ୍କ ଘର ସୁକିନ୍ଦା ବ୍ଲକର କଂଟିରାରେ । ସେ ଦୀର୍ଘ ୭୦ ବର୍ଷ ହେଲା ନିଜ ଗାଁରେ ମାଗଣାରେ ଏହି ଶିକ୍ଷାଦାନ କରୁଛନ୍ତି । ପିଲା ବେଳେ ନନ୍ଦ ପୃଷ୍ଟିଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତ କରିଥିଲେ । ଆଉ ଏହାକୁ ନନ୍ଦ ପୃଷ୍ଟି ବେଶ ବୁଝିପାରିଛନ୍ତି । ନିଜ ଘର ପାଖରେ ନନ୍ଦ ପୃଷ୍ଟି ଏକ ସ୍କୁଲ ଖୋଲିଛନ୍ତି । ଏଠାରେ ସବୁଦିନେ ସେ ପାଠ ପଢାଉଛନ୍ତି । ଛୋଟ ପିଲାଙ୍କୁ ସକାଳ ୯ଟା ଯାଏଁ ଓ ପୁଣି ଦିନ ୪ଟାରୁ ୬ ମଧ୍ୟରେ ପାଠ ପଢାଇଥାନ୍ତି । ସେହିଭଳି ବରିଷ୍ଠ ନାଗରିକଙ୍କୁ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ପଠା ପଢାଇଥାନ୍ତି ନନ୍ଦ ପୃଷ୍ଟି ।

୨୦୨୧ ପାଇଁ ଓଡିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ ଘୋଷଣା ହୋଇଛି । ଦିଲ୍ଲୀର ପୁରାତନ ଓଡିଆ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ ପଲ୍ଲୀବାଣୀ ମିଶନ ଏହି ଆୱାର୍ଡ ଘୋଷଣା କରିଛି । ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇବେ କନକ ନ୍ୟୁଜର ସମ୍ପାଦକ ମନୋରଂଜନ ମିଶ୍ର । ଏହାବାଦ୍ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସର ଉପ ଆବାସିକ ସମ୍ପାଦକ ଶିବ କୁମାର ମହାନ୍ତି, ଉତ୍କଳ ମେଲର ସଂପାଦକ ପୀତବାସ ମିଶ୍ର, ଓଡିଶା ବାଇଟସର ଗ୍ରୁପ ସମ୍ପାଦକ ସନ୍ଦୀପ ମିଶ୍ର, ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟର ଜନ ସଂଚାର ବିଭାଗର ସହକାରୀ ପ୍ରଫେସର ମିହିର ରଂଜନ ପାତ୍ର ଏବଂ ଓଟିଭିର ବରିଷ୍ଠ କ୍ୟାମେରାମ୍ୟାନ ଗୋପାଳ ପ୍ରସାଦ ବର୍ମା । ନଭେମ୍ବର ୨୪ରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲରେ ଏହି ପୁରସ୍କାର ଉତ୍ସବ ଆୟୋଜିତ ହେବ । ଓଡିଆ ସାମ୍ବାଦିକତା କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ପ୍ରତିବର୍ଷ ପଲ୍ଲୀବାଣୀ ମିଶନ ସମ୍ମାନୀତ କରି ଥାଏ ।