ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପଦ୍ମଶ୍ରୀ ସମ୍ମାନ ଘୋଷଣା ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥର ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ୮୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବେ। ଓଡ଼ିଶାରୁ ଏହି ତାଲିକାରେ ୩ଜଣଙ୍କୁ ସାମିଲ କରାଯାଇଛି। କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ, କୃଷି କ୍ଷେତ୍ରରେ ଅବଦାନ ପାଇଁ କମଳା ପୂଜାରୀ ଏବଂ ସମାଜସେବୀ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ସେହିଭଳି ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ମିଳିବ।
ସେହିଭଳି ବଲିଉଡର ଜଣାଶୁଣା କଳାକାର କାଦର ଖାନ୍, ଅଭିନେତା ମନୋଜ ବାଜପେୟୀ, ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, କୋରିଓଗ୍ରାଫର ପ୍ରଭୁ ଦେବା, କ୍ରିକେଟର ଗୌତମ ଗମ୍ଭୀର, ଗାୟକ ଶଙ୍କର ମାଧବନ, ରେସଲର ବଜରଙ୍ଗ ପୁନିଆ ପ୍ରମୁଖଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/656062-padma-awards.jpg)