କନକ ବ୍ୟୁରୋ : ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ଯେଉଁଥିରୁ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ୭ ପଦ୍ମବିଭୂଷଣ ବିଜେତାଙ୍କ ମଧ୍ୟରୁ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । କଳା କ୍ଷେତ୍ର ପାଇଁ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ମୋଟ ୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ ।
ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ୫ ଜଣ ଓଡ଼ିଆ ମଧ୍ୟ ପଦ୍ମ ପୁରସ୍କାର ପାଇବେ । ସାମାଜିକ କ୍ଷେତ୍ରରେ ଶାନ୍ତିଦେବୀ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟି ଓ ରଜତ କର, ମେଡିସିନ ପାଇଁ କ୍ରିଷ୍ଣମୋହନ ପାଠୀ ଓ କଳା କ୍ଷେତ୍ର ପାଇଁ ପୂର୍ଣ୍ଣମାସୀ ଜାନୀଙ୍କୁ ମିଳିବ ପଦ୍ମ ପୁରସ୍କାର । ୭ ପଦ୍ମ ବିଭୂଷଣ ବିଜେତାଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ରହିଛନ୍ତି । ସେହିଭଳି ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/33-13.jpg)