ସରୁନି ମଣ୍ଡି ସମସ୍ୟା, ବଢୁଛି ଚାଷୀଙ୍କ ଚିନ୍ତା: କୋକସରାରେ ଧାନ ଉଠାଣରେ ମନ୍ଥରତା; ପଦ୍ମପୁରର ମଣ୍ଡିରେ ଶୀତକାକରରେ ପଡିଛି ୨୫ ହଜାର ଧାନ ବସ୍ତା

କୋକସରା ଓ ପଦ୍ମପୁରରୁ ଆସିଲା ନିଆରା ଚିତ୍ର

70

କନକ ବ୍ୟୁରୋ: ସୁରୁନି ମଣ୍ଡି ସମସ୍ୟା, ବଢୁଛି ଚାଷୀଙ୍କ ଚିନ୍ତା । ଏଭଳି ସମସ୍ୟା ଦେଖାଦେଇଛି ପଶ୍ଚିମ ଓଡିଶାର ଅଧିକାଂଶ ଅଂଚଳରେ । ଆମେ ଆଜି ଆପଣଙ୍କୁ ଦୁଇଟି ଚିତ୍ର ଦେଖାଇବୁ ଯାହାକୁ ଦେଖିଲେ ଆପଣ ଜାଣିପାରିବେ ଚାଷୀ କେତେ ସମସ୍ୟାରେ ଅଛନ୍ତି । କଳାହାଣ୍ଡିର କୋକସରା ଓ ବରଗଡରର ପଦ୍ମପୁର ଉପଖଣ୍ଡରୁ ଆସିଛି ଏହି ଚିତ୍ର । ପ୍ରଥମେ ଆମେ ଦେଖିବା କେକସରା ମଣ୍ଡିର ଅବସ୍ଥା । କଳାହାଣ୍ଡିର କୋକସରା ମଣ୍ଡିରେ ଚାଷୀଙ୍କ ଧାନ ଉଠାଇବାରେ ମନ୍ଥରତା ଦେଖାଦେଇଛି । କିନ୍ତୁ କୌଣସି ଅଧିକାରୀ ଏ ନେଇ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କୋକସରା ମଣ୍ଡିରେ ଗତମାସ ୧୬ ତାରିଖରୁ ଧାନକିଣା ଆରମ୍ଭ ହୋଇଛି । ଚଳିଚ ବର୍ଷ ଏହି ମଣ୍ଡରେ ଧାନ ବିକିବା ପାଇଁ ହଜାରେରରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ଧାନ ପ୍ରାୟ ୮୦ ହଜାର କ୍ୱିଂଟାଲ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଧାନବ ଉଠାଣରେ ମନ୍ଥରତା ଦେଖାଦେଇଛି । ପ୍ରତିଦିନ ୭ ଶହରୁ ୮ ଶହ କ୍ୱିଂଟାଲ ଧାନ ଉଠାଯାଉଥିବାରୁ ଚାଷୀଙ୍କୁ ସପ୍ତାହେ ଯାଏଁ ଅପେକ୍ଷା କରିବାକୁ ପଡୁଛି ।
ସେହଭଳି ବରଗଡରେ ମଣ୍ଡି ସମସ୍ୟା ବି ଚିନ୍ତା ବଢାଇଛି ଚାଷୀଙ୍କର । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ପଶିଚି ହଜାର ବସ୍ତା ଧାନ । ଏଠାକାର ଚାଷୀମାନେ ମାସ ମାସ ଧରି ମଣ୍ଡିକୁ ଧାନ ବିକ୍ରୀ ପାଇଁ ଆଣିଥିଲେ ମଧ୍ୟ ଧାନ ବିକ୍ରୀ ହୋଇପାରୁନାହିଁ । ମିଲର ଓ ମଣ୍ଡି ଦାୟିତ୍ୱରେ ଥିବା ଲୋକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡିରେ ଧାନ ପଡି ନଷ୍ଟ ହେଉଛି । ଟୋକନର ବୈଧତା ଗୋଟିଏ ମାସ ଥିବା ଯୋଗୁଁ ଟୋକନ ଉଡିଯିବାର ସମ୍ଭାବନା ରହିଛି । ଫଳରେ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେଉଛି । ଶୀତକାକରରେ ଚାଷୀ ଧାନକୁ ଜଗିରହୁଛନ୍ତି । ଚାଷୀଙ୍କ ଧାନ ଖୋଲାଆକାଶ ତଳେ ପଡି ନଷ୍ଟ ହେଉଛି ।