କନକ ବ୍ୟୁରୋ : ଧାନ ବିହନର ନାଁ ପ୍ରଦୀପ ଓ ପ୍ରତିଭା । ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଏଭଳି ନାମକରଣ କରାଯାଇଛି । ଓଡିଶାର ଚାଷୀଙ୍କୁ ଏହି ବିହନ ବଂଟାଯିବ । ଅଭିଯୋଗ ହୋଇଛି , ପ୍ରଦୀପ ମହାରଥୀ କୃଷିମନ୍ତ୍ରୀ ଥିବା ସମୟରେ ନିଜ କ୍ଷମତାର ବ୍ୟବହାର କରି ଧାନ ବିହନର ନାଁ ରଖିଛନ୍ତି ।
କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ଏହି ନାମକରଣ କରିଥିବାବେଳେ ଗବେଷଣା କମିଟିର ଅଧ୍ୟକ୍ଷ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସଂପର୍କୀୟ ବୋଲି ଜଣାପଡିଛି । ଆଉ ଓୟୁଏଟି କୁଳପତିଙ୍କୁ ଅନ୍ଧାରରେ ରଖି କେବଳ ମନ୍ତ୍ରୀଙ୍କୁ ଖୁସ୍ କରିବାକୁ ଏଭଳି ନାମକରଣ କରାଯାଇଥିବା ଚର୍ଚ୍ଚା ହେଉଛି ।
ଏହି ପ୍ରଦୀପ ଓ ପ୍ରତିଭା ବିହନ ସାରା ଓଡିଶାର ଚାଷୀଙ୍କୁ ଯୋଗାଇ ଦିଆଯିବ । ଏହା ସତ ଯେ, ଏହି ନାଁ ଦେବାଦ୍ୱାରା ଅମଳରେ କୌଣସି କ୍ଷତିହେବ ନାହିଁ । କିନ୍ତୁ ଓଡିଶାର ଚାଷୀକୂଳ ଯେତେବେଳେ ଏହି ବିହନ ବୁଣିବେ ସେତେବେଳେ ମହାରଥୀଙ୍କ ନାଁ ନିଶ୍ଚୟ ମନେପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-17-19h46m47s952.png)