କନକ ବ୍ୟୁରୋ: ମଣ୍ଡିରେ ଚାଲିଛି ଦଲାଲ୍ ରାଜ । ଗୋଟିଏ ପଟେ ଧାନ ବିକି ନପାରି ଚାଷୀ ହତାଶ ହେଉଥିବା ବେଳେ ଅନ୍ୟପଟେ ଜମିପଟ୍ଟା ନକଲ କରି ଟୋକନ ହାତେଉଛନ୍ତି ଦଲାଲ୍ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।
ଜିଲ୍ଲାର କାଲିମେଳା ତେଲେରାଇ ଗାଁର ଚାଷୀ ସିଙ୍ଗା କୱାସୀ । ଧାନ ବିକିବା ପାଇଁ ମାସ ମାସ ଧରି ଟୋକନକୁ ଅପେକ୍ଷା କରି ବସିଥିଲେ , ହେଲେ ତାଙ୍କୁ ଟୋକନ୍ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ସେ ତାଙ୍କ ଧାନ କୁଇଂଟାଲକୁ ମାତ୍ର ୧୨ ଶହ ଟଙ୍କାରେ ଦରରେ ଦଲାଲକୁ ବିକି ଦେଇଥିଲେ । ତେବେ ଅସଲ କଥା ଜାଣିଲେ କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୋଗାଣ ବିଭାଗର ଦସ୍ତାବିଜରେ କିନ୍ତୁ ମିଂଟୁ ସିକଦାର ନାମକ ଜଣେ ବ୍ୟକ୍ତି, ନିଜକୁ ସିଙ୍ଗାଙ୍କ ପୁଅ ଦର୍ଶାଇ ଟୋକନ ହାତେଇବା ସହ ଧାନ ବିକ୍ରି କରିଛି ।
କେବଳ ସିଙ୍ଗା ନୁହେଁ, ଅନେକ ଚାଷୀ ଏପରି ଠକାମୀର ଶିକାର ହୋଇଛନ୍ତି । ଆମ୍ବାଗୁଡ଼ାର ଲାକା ପଡିଆମୀଙ୍କ ନାତି ବଜା ପଡିଆମୀ, ଟୋକନ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଥିବା ବେଳେ କରୁଣା ଦେବନାଥ ନାମକ ଜଣେ ମହିଳା, ନିଜକୁ ଲାକାଙ୍କ ଝିଆରି ଦର୍ଶାଇ ଟୋକନ ହାତେଇ ନେଇଛନ୍ତି । ଫଳରେ କମ୍ ଦାମରେ ନିଜର କଷ୍ଟାର୍ଜିତ ଧାନ ବିକିବାକୁ ବାଧ୍ୟ ହୋଇଛନ୍ତି ବଜା ପଡିଆମୀ ।
ନିରୀହ ଚାଷୀଙ୍କ ଜମି ପଟ୍ଟାର ନକଲ ଇଂଟରନେଟ୍ରୁ ବାହାର କରି ଏପରି ଜାଲିଆତି କରୁଛନ୍ତି ଦଲାଲ । ଟୋକନ ପାଇଁ ଆବେଦନ କରି ଅନେଇ ରହିଥାନ୍ତି ଚାଷୀ, ହେଲେ ସେମାନଙ୍କ ନାଁରେ ଜାଲ କରି ଟୋକନ ନେଇଯାଆନ୍ତି ଦଲାଲ । ଅଭିଯୋଗ ହେଉଛି, ଏହି ଜାଲିଆତିରେ ରାଜସ୍ୱ ବିଭାଗ ଓ ଲ୍ୟାମ୍ପ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/17-3.jpg)