ବର୍ଷାରେ ଭିଜୁଛି ଧାନ! ମିଲରଙ୍କୁ ଟ୍ରାନ୍ସପୋର୍ଟ ପାସ ନ ମିଳିବାରୁ ପଞ୍ଜିକରଣ ହୋଇଥିଲେ ସୁଦ୍ଧା ଉଠିପାରୁନି ଚାଷୀଙ୍କ ଧାନ

74

କନକ ବ୍ୟୁରୋ: ସରକାରୀ ସ୍ତରରେ ଧାନ ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ବେଳେ ଅନେକ ମଣ୍ଡିରେ ଏବେ ବି ଧାନ ପଡିରହିଛି । ରବି ଯାଇ ଖରିଫ ଆସିଲା କିନ୍ତୁ ମଣ୍ଡିରୁ ଧାନ ଉଠିପାରିଲାନି । ୧୦ ଲକ୍ଷ ୬୩ ହଜାର କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ଥିବା ବେଳେ କିଣିଛନ୍ତି ମାତ୍ର ୧୦ ଲକ୍ଷ ୪୪ ହଜାର କ୍ୱିଂଟାଲ ଧାନ । ରବି ଚାଷର ଧାନ କିଣିବା ପାଇଁ ଜିଲ୍ଳାର ୨୦ଟି ଲ୍ୟାମ୍ପସକୁ ଦାୟିତ୍ୱ ମିଳିଥିଲା ।

ଜିଲ୍ଲା ପ୍ରଶାସନର ଆକଳନ ଅନୁସାରେ ରବି ଚାଷ କରିଥିବା ଚାଷୀ ୧୫ ଲକ୍ଷ ୯୭ ହଜାର ୪୨୨ କ୍ୱିଂଟାଲ ଧାନ ବିକ୍ରି କରିବାକୁ ପଂଜୀକରଣ କରିଥିଲେ । ମାତ୍ର ୧୫ଟି ଲ୍ୟାମ୍ପସ ପକ୍ଷରୁ ୧୦ ଲକ୍ଷ ୪୪ ହଜାର କ୍ୱିଂଟାଲ ଧାନ କିଣାଗଲା ଚାଷୀଙ୍କ ଧାନ କିଣିବାକୁ ଜିଲ୍ଲା ପ୍ରଶାସନ ୪୪ଟି ମଣ୍ଡି ଖୋଲିଥିଲେ । କିନ୍ତୁ ମିଲରଙ୍କୁ ଟ୍ରାନ୍ସପୋର୍ଟ ପାସ ନମିଳିବାରୁ ପଂଜୀକରଣ ହୋଇଥିଲେ ସୁଦ୍ଧା ମଣ୍ଡିରୁ ଚାଷୀଙ୍କ ଧାନ ଉଠିପାରିଲାନାହିଁ । ଫଳରେ ମଣ୍ଡିରେ ପଡିରହିଥିବା କ୍ୱିଂଟାଲ କ୍ୱିଂଟାଲ ଧାନ ଏବେ ବର୍ଷାରେ ଭିଜୁଛି ।