ଆସୁନାହାନ୍ତି ମିଲର କି ମଣ୍ଡି କର୍ତ୍ତୃପକ୍ଷ, ଅବ୍ୟବସ୍ଥା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜୟପୁରର ଚାଷୀ । ଆନ୍ଦୋଳନ ଧମକ ପରେ ଚେତିଲା ପ୍ରଶାସନ, ଧାନ କିଣିବାକୁ ଦେଲା ପ୍ରତିଶ୍ରୁତି ।

98

କନକ ବ୍ୟୁରୋ: ମଣ୍ଡିରେ ଧାନ ରଖି ହିନସ୍ତା ହେଉଛି ଚାଷୀ । ନା ବିକ୍ରୀ ହୋଇ ପାରୁଛି, ନା ଧାନ ମଣ୍ଡିରୁ ଉଠି ପାରୁଛି । ବର୍ଷା କରୁଛି କାଳ । ଚାଷୀ ଆନ୍ଦୋଳନ ଡ଼କରା ଦେବା ପରେ  ଧାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଳା ଯୋଗାଣ ବିଭାଗ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ବ୍ଳକ୍ ଆର ଏମ ସି ମଣ୍ଡିରେ ।

ମଣ୍ଡିରେ ଗଦା ହୋଇ ରହିଛି ଶହ ଶହ କ୍ୱଇଂଟାଲ ଧାନ । କେତେକ ଖୋଲା ମେଲାରେ ବର୍ଷାରେ ଭିଜୁଛି ତ କେତେକ ପଲିଥିନ ଓ  ଛାତ ତଳେ ରହିଛି ।  ରବି ଧାନ ବିକ୍ରୀ ପାଇଁ ଚାଷୀଙ୍କୁ ଟୋକନ ମିଳିଛି । ୪ ଦିନ ହେଲା କୋରାପୁଟ ଜୟପୁର ବ୍ଲକ ଆରଏମସି ମଣ୍ଡିକୁ ଧାନ ଆଣି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି ଚାଷୀ । ହେଲେ ନା ମିଲର ଆସୁଛନ୍ତି ନା ଯୋଗାଣ ବିଭାଗର କୌଣସି ଅଧିକାରୀ । ମଣ୍ଡି ସମସ।। ବାବଦରେ କେହି ନ ଶୁଣିବାରୁ ଚାଷୀ ରାଜରାସ୍ତାକୁ ଓଲ୍ଲାଇବା ପରେ  ପ୍ରଶସନର ନିଦ ଭାଙ୍ଗିଛି । ଧାନ ଉଠାଇବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ  କୋରାପୁଟ ଜିଲ୍ଲାରୁ ୭ ଲକ୍ଷ ୩୦ ହଜରା କ୍ୱଇଂଟାଲ ରବି ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଛି । ୬୮ଟି ମଣ୍ଡି ବ୍ୟବସ୍ଥା କରାଯାଇଛି । ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ୧୪ ହଜାରରୁ ଅଧିକ ଚାଷୀ ପଂଜିକରଣ କରିଛନ୍ତି । ତେବେ କରୋନା କଟକଣା ପାଇଁ ଶ୍ରମିକ ଆସିପାରୁନାହାନ୍ତି ତେଣୁ ମଣ୍ଡିରୁ ଧାନ ଉଠାଇବାରେ ଅସୁବିଧା ହେଉଥିବା ଜିଲ୍ଳା ଯୋଗାଣ ଅଧିକାରୀ କହିଛନ୍ତି ।

କଟନି ଛଟନି ହେଉ କି ଟୋକନର ଅବ୍ୟବସ୍ଥା ହେଉ, ଏହାର ସମାଧାନ ବାଟ ନଖୋଜି କରୋନାକୁ ଆଳ କରି ନିଜ ମୁଣ୍ଡରୁ ଦୋଷ ଖସେଇ ଦେବାକୁ ଚେଷ୍ଟା କରୁଛନ୍ତି ବିଭାଗୀୟ ଅଧିକାରୀ ।