କନକ ବ୍ୟୁରୋ: ବରଗଡ଼ ପଦ୍ମପୁରରେ ମଣ୍ଡି ସମସ୍ୟା । ଖୋଲା ଆକାଶ ତଳେ ପଡ଼ି ରହିଛି ୫୦ ହଜାର ଧାନ ବସ୍ତା । କଟନି ଛଟନି ନଦେଲେ ମିଲର ଏଜେଂଟ ଧାନ ଉଠାଇବାକୁ ମନା କରୁଛନ୍ତି । ଏପରି ଅବ୍ୟବସ୍ଥା ବିରୋଧ କରି ଝାରବନ୍ଧ ଧାନ ମଣ୍ଡିରେ ତାଲା ପକାଇଛନ୍ତି ଚାଷୀ । ଯେପର୍ଯ୍ୟନ୍ତ ସୁରୁଖୁରୁରେ ଧାନ ବିକ୍ରି ନହୋଇଛି ମଣ୍ଡି ଖୋଲାଯିବନି ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ମଣ୍ଡି କର୍ମଚାରୀମାନେ ମିଲର ଟ୍ୟାଗ ଥିଲେ ମଧ୍ୟ ଟ୍ୟାଗ ନାହିଁ କହି ଚାଷୀକୁ ହଇରାଣ କରୁଛନ୍ତି । ଚାଷୀଙ୍କ ସୁବିଧା ପାଇଁ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରଯାଇଛି ।
ହେଲେ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ଓ ମିଲ ଗୁଡ଼ିକର ଏଜେଂଟମାନଙ୍କ ଚକ୍ରାନ୍ତ ଯୋଗୁଁ ସରିଯାଉଛି ଚାଷୀଙ୍କ ଟୋକନର ବୈଧତା । ଶେଷରେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଅନ୍ୟପଟେ ଚାଷୀମାନେ ମଣ୍ଡିକୁ ଟ୍ରାକ୍ଟର ଭଡାକରି ଧାନ ମଣ୍ଡିକୁ ଆଣୁଛନ୍ତି ହେଲେ ମଣ୍ଡିରେ ଧାନ ଓହ୍ଲାଉନଥିବା କାରଣରୁ ରାସ୍ତା କଡ଼ରେ ଧାନ, ଟ୍ରାକ୍ଟର ରଖି ଜଗି ରହୁଛି ଚାଷୀ । ଝାରବନ୍ଧ ବ୍ଲକରେ ଚଳିତ ବର୍ଷ ୧୯ଶହ୮୮ ଜଣ ଚାଷୀ ପଂଜିକୃତ କରିଛନ୍ତି ହେଲେ ବର୍ତମାନ ଯାଏଁ କେବଳ ୭୬୮ ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-03-15h40m16s434.png)