କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ବିଳମ୍ବରେ ମଣ୍ଡି ଖୋଲିବା ପରେ ଅସ୍ତରଙ୍ଗ ବ୍ଲକ ମଣ୍ଡିରେ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି । ଚାଷୀ ଧାନ ଆଣି ମଣ୍ଡିରେ ରଖିଛନ୍ତି । ହେଲେ ଆସିଲେନି ମିଲର । ଯାହା ଫଳରେ ଶୀତ କାକରରେ ମଣ୍ଡିରେ ଧାନ ଉପରେ ପାଲ ଘୋଡାଇ ଚାଷୀ ରାତି ସାରା ଜଗି ରହିଥିଲେ । ଅସହ୍ୟ ଥଣ୍ଡାରେ ଚାଷୀ ଖୋଲା ଆକାଶ ତଳେ ପଡିରହିଥିଲେ ।
ଅନ୍ୟପଟେ ପୁରୀ ଜିଲ୍ଲାରେ ପଲିଥିନ ବ୍ୟାଗକୁ ନିଷିଦ୍ଧ କରାଯାଇଥିବା ବେଳେ ଧାନ ବସ୍ତାରେ ପଲିଥିନକୁ ନିଷିଦ୍ଧ କରାଯାଇଛି । ତେଣୁ ଆବଶ୍ୟକ ଅଖା ବସ୍ତା ସମବାୟ ସମିତି ପକ୍ଷରୁ ଚାଷୀଙ୍କ ଯୋଗାଇଦିଆଯାଇଥାଏ । କିନ୍ତୁ ସମିତି ସଂପାଦକ ଅଖାବସ୍ତା ଯୋଗାଇନଦେବାରୁ ଚାଷୀ ପଲିଥିନ ବସ୍ତାରେ ମଣ୍ଡିକୁ ଧାନ ଆଣି ହଟହଟା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/mandi1.png)
/kanak/media/post_attachments/wp-content/uploads/2020/01/1-7.png)