ଭଦ୍ରକରେ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଫାଇନ୍ । ଓଭର ଲୋଡିଂ, ଗାଡିର ପରମିଟ, ଓ ଲାଇସେନ୍ସ ନଥିବାରୁ ବଡ଼ ଜରିମାନା କାଟିଲା ଭଦ୍ରକ ପରିବହନ ବିଭାଗ ।

286

କନକ ବ୍ୟୁରୋ: ଧାନ ଗାଡିକୁ ୫୮ ହଜାର ଟଙ୍କା ଫାଇନ । ଭଦ୍ରକରେ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଫାଇନ ପଡିଛି । ଓଭର ଲୋଡିଂ, ଗାଡିର ପରମିଟ, ଓ ଲାଇସେନ୍ସ ନଥିବାରୁ ଏହି ଫାଇନ କାଟିଛି ଭଦ୍ରକ ପରିବହନ ବିଭାଗ । ସୂଚନା ମୁତାବକ, ତିହିଡ଼ି ଅଞ୍ଚଳରୁ ଏକ ଧାନ ବୋଝେଇ ଟ୍ରକ ଗାଡ଼ିର ଯାଞ୍ଚ ପାଇଁ ଅଟକାଇଥିଲା ଭଦ୍ରକ ପରିବହନ ବିଭାଗ । ଏହାପରେ ଉକ୍ତ ଟ୍ରକର ପରିମିଟ୍ ଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍ ନଥିବାରୁ ଏତେ ବଡ଼ ଫାଇନ୍ ଆଦାୟ କରିଛି  ଭଦ୍ରକ ପରିବହନ ବିଭାଗ ।

ସେପଟେ ଆରାଟିଓ କହିଛନ୍ତି କି, ଏଭଳି ଓଭରଲୋଡ଼ିଂ କରୁଥିବା ଗାଡ଼ି ଗୁଡ଼ିକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ । ସେଗୁଡ଼ିକର ସମସ୍ତ କାଗଜପତ୍ର ତନତନ କରି ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଜରିମାନା ଆଦାୟ କରାଯିବ  । ସବୁଠାରୁ ଚିନ୍ତାର କାରଣ ହେଲା, ଗତକାଲି ଏହି ଧାନ ବୋଝେଇ ଟ୍ରକ୍ ଚାନ୍ଦବାଲି ଅଞ୍ଚଳରୁ ସମ୍ବଲପୁରକୁ ଚାଲାଣ ହେଉଥିବା ସୂଚନା ମିଳିଥିଲା । ସେପେଟ ଭଦ୍ରକ ଆରଟିଓର ଏଭଳି ମାରାଥନ୍ ଯାଞ୍ଚକୁ ନେଇ ଏବେ ଆତଙ୍କିତ ହୋଇପଡ଼ିଛନ୍ତି ଚୋରା ଧାନ ବେପାରୀ ।