ଚାଷୀଙ୍କ ପାଇଁ ଚରମ ଚେତାବନୀ ଦେଲେ ବିଜେପି ବିଧାୟକ । କହିଲେ, ମଣ୍ଡିରୁଧାନ ନଉଠିଲେ ଗୃହରେ କରିବେ ଆତ୍ମହତ୍ୟା ଏପଟେ ବିଧାନସଭା ମଝିକୁ ଆସି କଂଗ୍ରେସ ବିଧାୟକ ଦଳ ନେତାଙ୍କ ଧାରଣା ।

127
କନକ ବ୍ୟୁରୋ: ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକଙ୍କ ହୋହାଲ୍ଲା । ମଣ୍ଡିରୁ ତୁରନ୍ତ ଧାନ ନଉଠାଇଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସେହିପରି ବିଜେପିର ଅନ୍ୟ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । କଂଗ୍ରେସର ଅନ୍ୟ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ  । ମନ୍ତ୍ରୀ ବିବୃତି ଦିଅନ୍ତୁ ନଚେତ ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତର ରଖନ୍ତୁ ବୋଲି ବିରୋଧି ଅଡ଼ି ବସିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ୧୦ ମିନିଟ ପର୍ଯ୍ୟନ୍ତ ଗୃହ ମଲତବି ରହିଥିଲା । ଏପରିକି  ଶୁନ୍ୟକାଳ ଚାଲିପାରିନଥିଲା ।