କନକ ବ୍ୟୁରୋ : ମଣ୍ଡିରେ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ । ୫ ଦିନରୁ ଅଧିକ ଦିନ ହେବ ନୂଆପଡାର ମୋଟାନୁଆପଡା ମଣ୍ଡିରେ ଧାନ ବିକ୍ରି ନହୋଇପାରିବାରୁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ଚାଷୀଙ୍କୁ ଟୋକନ ନମିଳିବାରୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ ।
ତୋରା ଗାଁର ଚାଷୀ ମୋତିଲାଲ ଉଜିର ୧୨ ଏକର ଚାଷ ଜମିରେ ଚାଷ କରି ୧୫୦ କ୍ୱିଂଟାଲ ଧାନ ଉପାର୍ଜନ କରିଥିଲେ । ଥରେ ଟୋକନ ମିଳିବା ପରେ ସେ ୫୦ କ୍ୱିଂଟାଲ ଧାନ ବିକ୍ରି କରିଛନ୍ତି । ବାକି ୧୦୦ କ୍ୱିଂଟାଲ ଧାନ ମଣ୍ଡିରେ ପଡିରହିଥିବାରୁ ସେ ଧାର କରଜରେ ବୁଡି ରହିଛନ୍ତି । ସେହିପରି ଧରମବନ୍ଧା ଅଂଚଳର ଅନେକ ଚାଷୀ ପ୍ରାୟ ୫ ଦିନରୁ ଅଧିକ ଦିନ ହେବ ମଣ୍ଡିରେ ଧାନ ପକାଇ ଦିନ ରାତି ଜଗିରହିଛନ୍ତି । ଟୋକନ ନମିଳିବାରୁ ଧାନ ବିକ୍ରିି କରିପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/vlcsnap-2020-02-16-08h37m00s641.png)