କନକ ବ୍ୟୁରୋ : ଖୋଲୁନି ଧାନ ମଣ୍ଡି । କ୍ଷତିର ପଡିଛନ୍ତି ଚାଷୀ । କମ୍ ଦରରେ ଧାନ ବିକି ଅଭାବୀ ବ୍ରିକିର ଶିକାର ହେଉଛନ୍ତି ଅସ୍ତରଙ୍ଗ ଓ କାକଟପୁରର ଚାଷୀ । ବର୍ଷକଯାକ ପରିଶ୍ରମ କରି ପାଚିଲା ଧାନ କାଟି ଆଣିଥିଲେ । ଅମଳ ଫସଲ ମଣ୍ଡିରେ ବିକି କିଭଳି ଦୁଇ ପଇସା ପାଇବେ । ଏ ନେଇ ମଣ୍ଡିକୁ ଅପେକ୍ଷା କରିଛନ୍ତି । ହେଲେ ମଣ୍ଡି ଖୋଲିବାର ନାଁ ନାହିଁ । ଜାନୁଆରୀ ମାସରେ ସବୁ ଧାନ ବିକ୍ରି ହୋଇଯିବା କଥା । ମାତ୍ର ମାସ ଶେଷ ହୋଇଯାଇଥିଲେ ବି ଧାନ ମଣ୍ଡି ଖୋଲିବାର ନାଁ ନେଉନି । ଏହାରି ଭିିତରେ ଦଲାଲ ମାନେ ସକ୍ରିୟ ହୋଇପଡିଛନ୍ତି । ଗାଁ ଗାଁ ବୁଲି ବୁଲି ଧାନ ସଂଗହ କରିବାରେ ଲାଗିଛନ୍ତି । ଚାଷୀଙ୍କଠାରୁ କମ୍ ଦରରେ ଧାନ କିଣି ଦଲାଲ ଚଢା ଦରରେ ବିକୁଛନ୍ତି । ଏପଟେ ଚାଷୀ କୁଇଂଟାଲ ପିଛା ୪ଶହ ଟଙ୍କାରୁ ୫ଶହ ଟଙ୍କା କମ୍ ମୂଲ୍ୟରେ ଧାନ ଦେବା ପାଇଁ ବାଧ୍ୟ ହେଉଥିବା ବେଳେ କ୍ଷତିରେ ପଡୁଛନ୍ତି ।

ଅସ୍ତରଙ୍ଗ ଶୁଧିକେଶ୍ୱର ଗାଁରେ ସରକାରୀ ଧାନ ମଣ୍ଡିରେ ଧାନ ଦେବା ପାଇଁ ଚଳିତ ମାସ୩ ତାରିଖଠାରୁ ଟୋକନ୍ ଆସିଲାଣି । ଟୋକନ୍ ଅନୁସାରେ ଜଣେ ଚାଷୀ ୨୭ କୁଇଂଟାଲ ଧାନ ମଣ୍ଡିରେ ଦେବେ । ହେଲେ ମଣ୍ଡି ଖୋଲିନଥିବାରୁ କମ୍ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀମାନେ । ପ୍ରାୟ ୧୦ କୁଇଂଟାଲ ଧାନ ୪୦୦ ଟଙ୍କା କମ୍ ଦାମରେ ବିକ୍ରି କରିଛନ୍ତି । ସରକାରଙ୍କ ପକ୍ଷରୁ କେଉଁଦିନ ମଣ୍ଡି ଖୋଲିବ ସେଦିନ ଧାର୍ଯ୍ୟ ହୋଇନଥିବା ବେଳେ କମ୍ ଦରରେ ଧାନ ବିକ୍ରି କରି କ୍ଷତିରେ ପଡୁଛନ୍ତି ଚାଷୀ । ସମସ୍ୟା ନେଇ ଅଭିଯୋଗ ହେଇଥିଲେ ବି କୌଣସି ସମାଧାନ ହୋଇନି । ଯାହକୁ ନେଇ ଚାଷୀଙ୍କ ମଧ୍ୟେରେ ଅସନ୍ତୋଷ ବଢିଚାଲିଛି ।

ମଣ୍ଡି ଖୋଲିନଥିବା ବେଳେ କମ୍ ଦରରେ ଧାନ ବିକ୍ରି କରିକ୍ଷତିରେ ପଡିଛନ୍ତି ଚାଷୀକୁଳ । ଏନେଇ ଏବେଠାରୁ ଗୁରୁତ୍ୱ ଦିଆଗଲେ ସେମାନଙ୍କୁ ତାଙ୍କର ଉଚିତ୍ ପ୍ରାପ୍ୟ ମିଳିପାରିବ ।