କାଳବୈଶାଖୀ ବର୍ଷାରେ ଭିଜିଲା କଳାହାଣ୍ଡିରେ ମଣ୍ଡି ଓ ଖଳା । ବିକ୍ରି ପାଇଁ ମଣ୍ଡିରେ ଥିବା ଧାନ ବସ୍ତା ବର୍ଷାରେ ହୋଇଗଲା ଓଦା ।

170

କନକ ବ୍ୟୁରୋ: କଳାହାଣ୍ଡିରେ କାଳବୈଶାଖୀ ବର୍ଷାରେ ଭିଜିଲା ମଣ୍ଡି ଓ ଖଳା । ଗତକାଲି ଅପରାହ୍ନରେ ହୋଇଥିବା କାଳବୈଶାଖୀ ବର୍ଷାରେ  ଜିଲ୍ଲାର କଲମପୁର ଓ ଜୟପାଟଣା ବ୍ଲକରେ ଥିବା ବିଭିନ୍ନ ମଣ୍ଡିଗୁଡିକରେ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ବିଶେଷ କରି ବ୍ଲକର ମଣ୍ଡଳ, ମିନଗୁର, କୋଟାଗାଁ ଏବଂ ଦୁଲକିବନ୍ଧ ମଣ୍ଡିରେ ପଡିଥିବା ଧାନଗୁଡିକ ବର୍ଷାରେ ଭିଜିଯାଇଛି । ଗତକାଲି ହଠାତ୍ ପ୍ରବଳ ମାତ୍ରାରେ ପବନ ବୋହିବା ସାଙ୍ଗକୁ ବର୍ଷା ହେବାରୁ ଧାନ ଘୋଡାଯାଇଥିବା ପଲିଥିନି ଉଡିଯାଇଥିଲା, ଯାହାଫଳରେ ବର୍ଷାରେ ଭିଜିଯାଇଛି ମଣ୍ଡିରେ ପଡିଥିବା ଧାନ । ଚାଷୀଙ୍କ ଅଭିଯୋଗ, ମଣ୍ଡିରେ ଧାନଉଠାଣ ବାଧାପ୍ରାପ୍ତ ହୋଇଛି । ଆଗକୁ ମୌସୁମୀ ବର୍ଷା ଆସିବ, ତେଣୁ ମଣ୍ଡି ଗୁଡିକରୁ ଧାନ କ୍ରୟ ଓ ଡଠାଣକୁ ତ୍ୱରାନିତ କରିବାକୁ ସେମାନେ ଦାବି କରିଛନ୍ତି ।