ଦୁର୍ବଳ ବାତ୍ୟା ମିଗଜୋମ୍ । ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଲାଗି ରହିଛି ଝିପି ଝିପି ବର୍ଷା, ପାଣିରେ ଭାସିଲା ପାଚିଲା ଧାନ

151

କନକ ବ୍ୟୁରୋ : ବାତ୍ୟାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ପୁରୀ, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସହ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆହୁରି ୨୪ ଘଂଟା କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗୁ ରହିବ । ତେବେ ବାତ୍ୟା ଯୋଗୁ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ବର୍ଷାରେ ଉଜୁଡ଼ ଯାଇଛି କ୍ଷେତ । ପଚିଲା ଫସଲ ହୋଇଛି ପ୍ରଭାବିତ । ମୁଣ୍ଡରେ ହାତ ଦେଲେଣି ଚାଷୀ । ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ ବର୍ଷା ଜାରି ରହିଛି । ବିଭିନ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ହେଲେ ଏନେଇ ଚିନ୍ତାରେ ପଡିଛନ୍ତି ଚାଷୀ ମାନେ । ଅମଳ ହେବାକୁ ଥିବା ସମୟରେ ଚାଷୀ ଫସଲ ନଷ୍ଟ ହେବାକୁ ଭୟ କରିଲାଣି । ଏନେଇ କିଛି ଚାଷୀ ବିଲରୁ କାଟି ନେଉଛନ୍ତି ପାଚିଲା ଧାନ । ବର୍ଷା ଯାଗୁ ବିଲରେ ଯାହା ସବୁ ଧାନ ଥିଲା ସବୁ ଓଦା ହୋଇଗଲାଣି । ବର୍ଷା ଯୋଗୁ ପାଣି ସବୁ ଜମି ରହିଛି । ଯାହାଫଳରେ ଧାନ ନଷ୍ଟ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ହେକ୍ଟର ହେକ୍ଟର ଚାଷ ଜମିରେ ଏହିଭଳି ସ୍ଥତି ଦେଖିବାକୁ ମିିଳିଛି । ଭଲ ଅମଳ ଆଶା ରଖିଥିବା ଚାଷୀ ବର୍ଷା ଯୋଗୁ ନଷ୍ଟ ଫସଲ ଯୋଗୁ ଯେମିତି ଚାଷୀ ମୁଣ୍ଡରେ ପଡିଛି ଚଡକ । ଆଉ ଯେଉଁ କିଛି ଫସଲ ବଳକା ବଂଚିଛି ତାକୁ ନେଇ କ୍ଷତିରେ ପଡିବ ଚାଷୀ । କିଛି ଦିନ ଏହିଭଳି ବର୍ଷା ପରିସ୍ଥିତି ରହିଲେ ଫସଲ ନଷ୍ଟ ହେବା ସହ ଚାଷୀ ମାନେ କମ୍ ଦରରେ ଫସଲ ବିକି କ୍ଷତିରେ ପଡିବେ । ଅମଳ ସମୟରେ ଅଦିନିଆ ବର୍ଷା ଯେମିତି ଚାଷୀକୂଳ ପାଇଁ ଅଭିଶାପ ପାଲଟିଛି । ଏନେଇ ଚାଷୀ ମାନଙ୍କୁ କିଛି ସାହାଯ୍ୟ ସହଯୋଗ କରାଯିବାକୁ ଦାବି ହୋଇଛି ।

ବାତ୍ୟା ମିଗଜୋମ୍ ଦୁର୍ବଳ ହୋଇଥିବାବେଳେ ଏହାର ପ୍ରଭାବରେ ଏବେ ବି ଜାରି ରହିଛି ବର୍ଷା । ବାତ୍ୟା ପ୍ରଭାବରେ କୃଷ୍ଣପ୍ରସାଦ ବ୍ଲକ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବର୍ଷା ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଭୋରରୁ ବ୍ଲକ୍ରେ ଲଗାଣ ବର୍ଷାରେ ଲୋକମାନେ ପ୍ରଭାବିତ ହୋଇ ପଡିଛନ୍ତି । ବର୍ଷା ପାଇଁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା କରିଛନ୍ତି ଚାଷୀକୂଳ । ଏକର ଏକର ଚାଷ ଜମିରେ ପାଣି ପଶି ଥିବା ବେଳେ ଫସଲ ଯୋଗୁ ଚାଷୀଙ୍କ ଚିନ୍ତା ବଢିଚାଲିଛି ।