ଚାଷୀଙ୍କୁ ଘାରିଛି ଧାନ ଗଛର ରୋଗ ନିରାକରଣ ଚିନ୍ତା । ହଳଦିଆ ପଡି ଯାଉଛି ଧାନ ଗଛ, ଜଣାପଡୁନି କାରଣ ।

74

କନକ ବ୍ୟୁରୋ: ଗୁଣପୁରର ଚାଷୀ ପରିବାରକୁ ଘାରିଛି ଧାନ ଗଛର ରୋଗ ନିରାକରଣ ଚିନ୍ତା । ଧାର କରଜ କରି ଧାନ ଚାଷକୁ ଆଗେଇ ନେବା ସମୟରେ ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ଧାନ ଗଛରେ ଲାଗିଥିବା ରୋଗ ପୋକ ଏବେ ଚାଷୀର ଚିନ୍ତାକୁ ଦ୍ୱିଗୁଣିତ କରିଛି । ଚଳିତବର୍ଷ ଜିଲ୍ଲାରେ ମୋଟ ୨୧ ହଜାର ୬୩୫ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ସେଥିମଧରୁ ରାମାନାଗୁଡା ବ୍ଲକ ଅଂଚଳରେ ୪ହଜାର ୨୩୫, ପଦ୍ମୁପର ବ୍ଲକରେ ୭ହଜାର ୫୧୦, ଗୁଣପୁର ବ୍ଲକରେ ୫ହଜାର ୨୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି ।

ହେଲେ ଜିଲ୍ଲାର ଅଧିକାଂଶ ଅଂଚଳରେ ରୋଗପୋକର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ରୋଗପୋକର ପ୍ରଭାବ କି ଅନ୍ୟ କେଉଁ କାରଣରୁ ଧାନ ଗଛର ପତ୍ର ସବୁ ହଳିଦିଆ ହେଉଛି, ଚାଷୀ ଜାଣିପାରୁନଥିବା ବେଳେ ବଜାରରୁ ଚଢା ଦରରେ ଔଷଧ କିଣି ସିଂଚନ କରିବା ପରେ ପି ରୋଗପୋକ ନିୟନ୍ତ୍ରଣ ହେଉନାହାନ୍ତି । ଏପରିକି ଦାୟିତ୍ୱରେ ଥିବା ଗ୍ରାମସେବକ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।