କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ ନିୟମ ବିରୋଧ କରି ଡ୍ରାଇଭର ସଂଘର ଆନ୍ଦୋଳନର ପ୍ରଭାବ ଧାନମଣ୍ଡି ଉପରେ ପଡ଼ିଛି । କଳାହାଣ୍ଡିର ପ୍ରାୟ ୩ ଲକ୍ଷ କ୍ୱିଣ୍ଟାଲ ଧାନ ମଣ୍ଡି ଗୁଡ଼ିକରେ ପଡ଼ିରହିଛି । ଆଉ ତିନି ଦିନ ଧରି ମଣ୍ଡିଗୁଡ଼ିକ ବନ୍ଦ ରହିବାରୁ ଚାଷୀଙ୍କ ଟୋକନ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ।

Advertisment

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କେଉଁ ମଣ୍ଡିରେ ଅଧା ଧାନ ଲୋଡିଂ ହୋଇ ରହିଥିବା ବେଳେ କେଉଁଠି ଖାଲି ଟ୍ରକ ଛିଡ଼ା ହୋଇଛି । ଏଥର ଜିଲ୍ଲାରେ ପ୍ରାୟ ୫୮ କୁଇଂଟାଲ ଧାନ ଉତ୍ପାଦନ ହୋଇଛି । ଏଥିରୁ ୩୦ଲକ୍ଷ ୬୦ହଜାର କୁଇଂଟାଲ ଧାନ ବିକ୍ରୀ ହୋଇସାରିଥିବା ବେଳେ ଆହୁରି ୨୮ କୁଇଂଟାଲ ଧାନ ବିକ୍ରି ହେବାକୁ ବାକି ଅଛି । ଶନିବାର ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବା ପରେ ମଣ୍ଡିରୁ ଧାନଗୁଡ଼ିକ ବିକ୍ରି ହେବା ନେଇ ଆଶା ରହିଛି ।