କନକ ବ୍ୟୁରୋ: ୧୭ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଞ୍ଝା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ କରିଛି । ବର୍ତମାନ ସୁଦ୍ଧା ୧୧ ଜଣ ପ୍ରାର୍ଥିପତ୍ର ନେଇଥିଲେ ବି କେହି ନାମାଙ୍କନ ଦାଖଲ କରିନାହାନ୍ତି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ତେଣୁ ଆସନ୍ତାକାଲି ତିନି ରାଜନୈତିକ ଦଳ ଶକ୍ତି ପ୍ରଦର୍ଶନ କରିବେ ।
ପଦମପୁର ଉପନିର୍ବାଚନ: ପ୍ରାର୍ଥିପତ୍ର ଫର୍ମ ନେଲେ ୧୧, ନାମାଙ୍କନ ଦାଖଲ ଶୂନ।
/kanak/media/post_attachments/wp-content/uploads/2022/11/39-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)