ପଦ୍ମପୁରରେ ରାଜନୈତିକ ଦଳଙ୍କ ପାୱାର ଶୋ' : ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କୃଷିମନ୍ତ୍ରୀ ଓ ରେଳମନ୍ତ୍ରୀ

ପଦ୍ମପୁରରେ ରାଜନୈତିକ ଦଳଙ୍କ ପାୱାର ଶୋ' : ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କୃଷିମନ୍ତ୍ରୀ ଓ ରେଳମନ୍ତ୍ରୀ

କନକ ବ୍ୟୁରୋ : ଆଜି ପଦ୍ମପୁର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପାଇକମାଳ ଓ ପଦ୍ମପୁରରେ ଉଭୟ ସାଧାରଣ ସଭା କରିବେ । ପାଇକମାଳଠାରେ ଦିନ ୧୨ଟାରେ ଉଭୟ କେନ୍ଦ୍ରମନ୍ତ୍ରୀ ସାଧାରଣ ସଭା କରିବେ । ପରେ ପଦ୍ମପୁରସ୍ଥିତ ଅଶୋକ କ୍ଲବ୍ ପଡ଼ିଆରେ ଉଭୟେ ସମାବେଶ କରିବେ । ପୂର୍ବରୁ ବିଜେଡି ଏବଂ ବିଜେପି ମଧ୍ୟରେ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍କୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେହିଭଳି ଫସଲ ବୀମା ପ୍ରସଙ୍ଗରେ ଟଣାଓଟରା ପରିସ୍ଥିତି ଲାଗିଥିଲା ଉଭୟ ଦଳ ମଧ୍ୟରେ । ପରସ୍ପର ପରସ୍ପର ବିରୋଧରେ ଦୋଷ ଲଦିଥିଲେ । ଭୋଟର ଦ୍ୱନ୍ଦ୍ୱରେ ଅଛନ୍ତି, କିଏ ସତ କହୁଛନ୍ତି । ଏମିତି ସମୟରେ କେନ୍ଦ୍ରମନ୍ତ୍ରୀ ତୋମାର ପଦ୍ମପୁର ପ୍ରଚାର ସମୟରେ ଫସଲ ବୀମା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିପାରନ୍ତି । ଫସଲବୀମାକୁ ନେଇ ରାଜ୍ୟରେ ବିଜେଡି ଯେଉଁ ଅଭିଯୋଗ କରୁଛି ତାର ମଧ୍ୟ କଡା ଜବାବ ଦେଇପାରନ୍ତି ତୋମାର ।

ସେହିଭଳି ପ୍ରସ୍ତାବିତ ରେଳଲାଇନ୍ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇନଥିବା ବିଜେପି ଅଭିଯୋଗ କରି ଆସୁଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ଥରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଆଜି ଆଉଥରେ ପାଦେ ଆଗକୁ ଯାଇ ଅଶ୍ୱୀନି ବୈଷ୍ଣବ ଏହି ପ୍ରସଙ୍ଗରେ ବିଜେଡିକୁ ଘେରିବା ସମ୍ଭାବନା ଅଧିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe