ଜମିଲାଣି ପଦ୍ମପୁର ପ୍ରଚାର : ରାତିରେ ସଭା କରି ଭୋଟ୍ ମାଗିଲେ ବିଜେଡି ପ୍ରାର୍ଥୀ; ବାପାଙ୍କ ପରି ତାଙ୍କ ଉପରେ ଭରସା ରଖିବାକୁ କଲେ ନିବେଦନ

183

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପକ୍ରିୟା ସରିବା ପରେ ଏବେ ପ୍ରଚାର ମଇଦାନରେ ପ୍ରାର୍ଥୀ । ଭୋଟରଙ୍କ ମନ ଜିଣିବା ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଦେଲେଣି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ରାଜବୋଡ଼ାସମ୍ବର ବ୍ଲକ୍ ଦହିଗାଁ ପଞ୍ଚାୟତରେ ପ୍ରଚାର କରିଛନ୍ତି । ବାପାଙ୍କୁ ଯେପରି ଆଶୀର୍ବାଦ କରିଥିଲେ, ତାଙ୍କ ଉପରେ ଠିକ୍ ସେହିପରି ଭରସା କରିବାକୁ ସେ ଅନୁରୋଧ କରିଛନ୍ତି । ବିଜୟୀ ହେଲେ ସେ ଲୋକଙ୍କ ସହ ସବୁବେଳେ ରହିବେ ବୋଲି କହିଛନ୍ତି । ବର୍ଷାଙ୍କ ସହ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ ।