ପଦ୍ମପୁର ଉପନିର୍ବାଚନ : ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ

106

କନକ ବ୍ୟୁରୋ : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ହେଲେ ପଦ୍ମପୁର ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନାହାଁନ୍ତି । ତେଣୁ ଆଜି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ସୂଚନା ଅନୁସାରେ ପ୍ରାୟ ୧୧ଜଣ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଫର୍ମ ନେଇଛନ୍ତି । କିନ୍ତୁ ଚାଷୀଙ୍କୁ ବୀମା ରାଶି ପ୍ରଦାନ ଓ ପଦ୍ମପୁରକୁ ଜିଲ୍ଲା ଦାବିକୁ ନେଇ ଆନ୍ଦୋଳନ ଚାଲିଥିବାରୁ କେହି ନାମାଙ୍କନ ଦାଖଲ କରିନଥିବା ଚର୍ଚ୍ଚା ହେଉଛି ।

ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା ସରିଛିି । ସେହିପରି କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା ହୋଇସାରିଛି । ହେଲେ ଏମାନଙ୍କ ମଧ୍ୟରୁ କେହି ହେଲେ ନାମାଙ୍କନ ଭରି ନାହାନ୍ତି । ଗତକାଲି ବର୍ଷା ପ୍ରାର୍ଥୀପତ୍ର ଭରିବେ ବୋଲି କୁହାଯାଉଥିଲା, ହେଲେ ସେ ନାମାଙ୍କନ କରିନାହାନ୍ତି । ସେହିପରି ସୋମବାର ବିଜେପି ପ୍ରାର୍ଥୀ ପ୍ରଦୀପ ଦଳ ବଳ ଧରି ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଯାଇଥିଲେ ବି ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଫେରି ଆସିଥିଲେ ।

ଏପରିକି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ସ୍ୱାଧୀନ ପ୍ରାର୍ଥୀମାନେ ବି ନାମାଙ୍କନ ଦାଖଲ କରିନାହାଁନ୍ତିି । ଅନ୍ୟପଟେ ଆଜି ନାମାଙ୍କନର ଶେଷ ତାରିଖ । ତେଣୁ ଏମାନେ ସମସ୍ତେ ଆଜି ନାମାଙ୍କନ ଭରିବାର ସମ୍ଭାବନା ରହିଛି । ହେଲେ ଜୋରଦାର ପ୍ରଚାର ଜାରି ରହିଛି । ତିନି ଦଳର ପ୍ରାର୍ଥୀ ପ୍ରଚାରରେ ଲାଗି ପଡ଼ିଛନ୍ତି ।