ପଦ୍ମପୁରରେ ସମ୍ମାନର ଲଢ଼େଇ । ବିଜେଡି ପାଇଁ ବଡ଼ ଆହ୍ୱାନ, କାହାକୁ ବାଛିବ କଂଗ୍ରେସ ? ‘ପଦ୍ମ’କୁ ସଜୀବ ରଖିବାକୁ ପୁଣି ଓହ୍ଲାଇବେ କି ପ୍ରଦୀପ?

Advertisment
ପଦ୍ମପୁରରେ ସମ୍ମାନର ଲଢ଼େଇ । ବିଜେଡି ପାଇଁ ବଡ଼ ଆହ୍ୱାନ, କାହାକୁ ବାଛିବ କଂଗ୍ରେସ ? ‘ପଦ୍ମ’କୁ ସଜୀବ ରଖିବାକୁ ପୁଣି ଓହ୍ଲାଇବେ କି ପ୍ରଦୀପ?

କନକ ବ୍ୟୁରୋ: ବାଜିରେ ଲାଗିଛି ପଦ୍ମପୁର । ବିଜେପି ପାଇଁ ସମ୍ମାନର ଲଢ଼େଇ ହୋଇଥିବାରୁ ଶାସକ ବିଜେଡି ପାଇଁ ଏହା ଆହ୍ୱାନ ଭରା ହୋଇଛି । କାରଣ ୨୦୧୪ ନିର୍ବାଚନ ପରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପୁର ଏବଂ ପଦ୍ମପୁରରେ ବିଜେଡି ଅସଫଳ ରହିଥିଲା। କିନ୍ତୁ ଉପନିର୍ବାଚନ ପରେ ବିଜେପୁର ବିଜେଡି କବଳକୁ ଚାଲି ଯାଇଛି। ସେପଟେ ପଦ୍ମପୁର ବିଜେପି କବଳରେ ଥିବାରୁ ଆଗାମୀ ନିର୍ବାଚନ ପାଇଁ ଏହି ଆସନ ପାଇଁ ସବୁ ଦଳର ସମ୍ମାନ ବାଜିରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।

publive-imageଆସନ୍ତା ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବରଗଡ଼ ଲୋକସଭା କ୍ଷେତ୍ରରେ ଯାଉଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ନିର୍ବାଚନ ହେବ । ତେଣୁ ଜିଲ୍ଲାର ପଦ୍ମପୁର ବିଧାନସଭା କ୍ଷେତ୍ରକୁ ନେଇ ସରଗରମ ହୋଇଛି ରାଜନୀତି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୬୮,୯୪୨ ଭୋଟ୍ ପାଇଁ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବିଜୟରଂଜନ ସିଂ ବରିହା ୬୪,୪୨୯ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ନାରାୟଣ ତ୍ରିପାଠୀ ୩୧,୧୭୯ ଭୋଟ୍ ପାଇ ଦ୍ବିତୀୟ ଓ ତୃତୀୟରେ ରହିଥିଲେ। କିନ୍ତୁ ଏଥର ପୁରୁଖା ନେତାଙ୍କ ମଧ୍ୟରେ ପୁନର୍ବାର ଟକ୍କର ହେବା ଆଭାସ ମିଳୁଛି ।

ପଦ୍ମପୁରରେ ‘ପଦ୍ମ’କୁ ସଜୀବ ରଖିଥିବା ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବ ବିଜେପି ବୋଲି ଶୁଣିବାକୁ ମିଳୁଛି । କାରଣ ପ୍ରଦୀପ ହିଁ ଏକମାତ୍ର ବିଜେପିକୁ ଏଠାରେ ଶକ୍ତିଶାଳୀ କରାଇପାରିଛନ୍ତି ତେଣୁ ତାଙ୍କୁ ବଦଳାଇ ବିଜେପି ଅନ୍ୟଥା ରିସ୍କ ନେବାକୁ ଚାହିଁବ ନାହିଁ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ସେହଭଭଳି ତାଙ୍କ ବ୍ୟତୀତ ରାଜୁ ଘିବେଲାଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ଥିବା ଶୁଣିବାକୁ ମିଳୁଛି।

ସେପଟେ ବରଗଡ଼ ଲୋକସଭା କ୍ଷେତ୍ର ଅଧିନରେ ଥିବା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ଉପ-ନିର୍ବାଚନରେ ଅକ୍ତିଆର କରିଛି ବିଜେଡି । ତେଣୁ ଆଗାମୀ ନିର୍ବାଚନରେ ପଦ୍ମପୁରକୁ ମଧ୍ୟ କବଳକୁ ନେବାକୁ ଫୋକସ କରିଛି ଦଳ । ଏଥିପାଇଁ ଗତଥର ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ କଡ଼ା ଟକ୍କର ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବର୍ତମାନ ଜିଲ୍ଲା ବିଜେଡି ସଭାପତି ବିଜୟରଂଜନ ସିଂ ବରିହା ପ୍ରମୁଖ ଦାବିଦାର ବୋଲି ଶୁଣିବାକୁ ମିଳୁଛି । ଏପରିକି ବିଜେଡିର ଆଉକେହି ଯୋଗ୍ୟ ଓ ଭରସାଦାୟକ ପ୍ରାର୍ଥୀ ନଥିବାରୁ ବରିହା ପୁଣିଥରେ ଟିକେଟ୍ ହାତେଇବା ନେଇ ସମ୍ଭାବନା ରହିଛି। ତାଙ୍କ ବ୍ୟତୀତ ଆଉ ଦୁଇ/ତିନି ଜଣ ଆଶାୟୀଙ୍କ ନାମ ସାମନାକୁ ଆସୁଛି।

ଅପରପକ୍ଷେ କଂଗ୍ରେସ ମଧ୍ୟ ଉଭୟ ବିଜେପି ଓ ବିଜେଡିକୁ ମାତ୍ ଦେବା ପାଇଁ ମନ୍ତ୍ରଣା ଜାରି ରଖିଛି । ଏହି ଆସନରେ କଂଗ୍ରେସ ଜିଲ୍ଲା ସଭାପତି ତଥା ତିନି ଥର ବିଧାୟକ ଥିବା ସତ୍ୟଭୂଷଣ ସାହୁଙ୍କୁ ଟିକଟ ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଗତ ନିର୍ବାଚନରେ ସତ୍ୟଭୂଷଣଙ୍କୁ ଦଳୀୟ ଟିକେଟ୍ ମିଳିନଥିଲା । ତେବେ, ଚଳିତ ନିର୍ବାଚନରେ ଦଳ ପାଇଁ ଆଉ କେହି ବିକଳ୍ପ ନଥିବାରୁ ତାଙ୍କର ପ୍ରାର୍ଥିତ୍ବ ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି । କିନ୍ତୁ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ଶିବିରରେ ଭୋଜରାଜ ବାଗଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି ହେଲେ ଦଳ ପୁରୁଣା ଚେହେରାଙ୍କୁ ପ୍ରାଧାନ୍ୟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe