କନକ ବ୍ୟୁରୋ : ଭଡାରେ ଆସିଛନ୍ତି ପାଚିକା । ପାଚିକାଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଭଡାରେ ଆସିଛନ୍ତି ପାଚିକା । ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଜଣ ଗାଁ ମହିଳାଙ୍କୁ ରୋଷେଇ କାମରେ ନିୟୋଜିତ କରାଯାଇଛି । ୧୪୦ ଛାତ୍ରଛାତ୍ରୀଙ୍କ ପାଇଁ ଏମାନେ ରୋଷେଇ କରୁଛନ୍ତି । ଦିନକୁ ୩୦୦ ଟଙ୍କା ନେଇ ଗାଁ ମହିଳାଙ୍କୁ ରୋଷେଇ ପାଇଁ ଅଣାଯାଇଛି । ବିଭିନ୍ନ ଦାବି ନେଇ ପାଚିକାମାନେ ଭୁବନେଶ୍ୱର ଲୋୟର ପିଏମଜି ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp