ସଉକ ପାଲଟିଛି ନିଶା । ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରି ‘ଗ୍ଲୋବାଲ ମ୍ୟାନ’ ଭାବେ ପରିଚିୟ ଅନୁଗୁଳର ପବିତ୍ର ମୋହନ ପ୍ରଧାନ ।

106

କନକ ବ୍ୟୁରୋ: ସଉକ ଯେତେବେଳେ ନିଶା ପାଲଟିଯାଏ ସେତେବେଳେ ଜଣେ ବ୍ୟକ୍ତି ଏକ ନୂଆ ପରିଚୟ ପାଏ । ଏଇ ଯେମିତି ଦିଶ ବିଦେଶର ବହୁ ପୁରାତନ ମୁଦ୍ରା ଓ ଡାକ ଟିକଟ ସଂଗ୍ରହ କରି ଗ୍ଲୋବାଲ ମ୍ୟାନ ଭାବେ ଅନୁଗୁଳର ୮୦ ବର୍ଷିୟ ବ୍ୟକ୍ତି ପବିତ୍ର ମୋହନା ପ୍ରଧାନ । ଚାକିରି କାଳରେ ନେପାଳ ଭ୍ରମଣରେ ଯାଇଥିବା ବେଳେ ମୁଦ୍ରା ସଂଗ୍ରହ କରିବା ଆରମ୍ଭ କରିଥିଲେ ପବିତ୍ର । ଦେଖନ୍ତୁ ଏହି ରିପୋର୍ଟ ।

ଏଇ ସମାଜରେ ଏମିତି ବି ଚରିତ୍ର ଅଛନ୍ତି ଯେଉଁମାନେ ନିଜ ସଉକରେ ବଂଚନ୍ତି ଓ ତାହାକୁ ନିଶାରେ ପରିଣତ କରି ସମାଜ ପାଇଁ ପ୍ରେରଣା ପାଲଟିଯାଆନ୍ତି । ସେମିତି ଜଣେ ଭିନ୍ନ ପରିଚୟର ବ୍ୟକ୍ତିତ୍ୱ ହେଉଛନ୍ତି ଅନୁଗୁଳ ଜିଲ୍ଲା ମୂଷାପାପୁଲି ଗାଁର ପବିତ୍ର ମୋହନ ପ୍ରଧାନ । ଅନୁଗୁଳ ସହର ଅମାଲପଡାରେ ସପରିବରେ ରହୁଥିବା ଅବସରପ୍ରାପ୍ତ ଜଳ ସଂପଦ ଯନ୍ତ୍ରୀଙ୍କର ଅଜବ ନିଶା ।

ରେକର୍ଡ ପାଇଁ ନୁହେଁ ପର ପିଢୀ ପାଇଁ କିଛି ପୁରୁଣା ଜିନିଷକୁ ସାଇତି ରଖିବା ନିଶାରେ ପ୍ରାୟ ୮୦ ବର୍ଷରେ ବି ଚଳଚଂଚଳ ପବିତ୍ର ପ୍ରଧାନ । ନିଜ ଚାକିରି ଜୀବନକୁ ସୂଚାରୁ ରୂପେ ତୁଲାଇଥିବା ଏହି ବ୍ୟକ୍ତି ଦେଶ ବିଦେଶର ପୁରାତନ ମୂଦ୍ରା ସଂଗ୍ରହ କରି ସମସ୍ତଙ୍କ ପାଇଁ ‘ଗ୍ଲୋବାଲ ମ୍ୟାନ’ ପାଲଟିଛନ୍ତି । ଆଉ ଏବେ ତାଙ୍କ ଘର ପାଲଟିଛି ପୁରୁଣା ମୁଦ୍ରାର ସଂଗ୍ରାହଳୟ ।

୪ଶହ ଖ୍ରୀଷ୍ଟାଦ୍ଦ ଓ ୬ଶହ ଖ୍ରୀଷ୍ଟାବ୍ଦ କଏନ ସହ ଭାରତୀୟ ମୁଦ୍ରା ୧ ପଇସା, ୨ ପଇସା, ଅଣା ପଇସା, ପଂଚମ ଜଜ୍ଙ୍କର ଚାନ୍ଦି ମୁଦ୍ରା ଓ ହନୁମାନଙ୍କ ଚିତ୍ର ଥିବା ବିରଳ ଚାନ୍ଦି ମୁଦ୍ରାକୁ ନିଜ ସଂଗ୍ରହଳରେ ସ୍ଥାନ ଦେଇଛନ୍ତି ଗ୍ଲୋବାଲ ମ୍ୟାନ’ ପବିତ୍ର । କେବଳ ମୁଦ୍ରା ନୁହେଁ, ପୁରୁଣା ଡାକ ଟିକଟ ଓ ୫୦ ବର୍ଷ ମଧ୍ୟରେ ବଜାରକୁ ଆସିଥିବା ଦିଆସିଲ ଖୋଳକୁ ବି ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଏହି ବିରଳ ବ୍ୟକ୍ତିତ୍ୱ ।

ତେବେ ଅନୁଗୁଳରେ ଏକ ସଂଗ୍ରହାଳୟ କରି ଏହି ବିରଳ ସାମଗ୍ରୀକୁ ରଖା ଗଲେ ଆଗାମୀ ପିଢୀ ଏଗୁଡିକୁ ଦେଖିବା ସବ ଏହା ଉପରେ ଗବେଷଣା କରିପାରନ୍ତେ ବୋଲି ପବିତ୍ର ପ୍ରଧାନ କହିଛନ୍ତି ।