ଆଇଏନଏକ୍ସ ମିଡିଆ ବେଆଇନ୍ ଅର୍ଥ କାରବାର ମାମଲାରେ ତିହାର ଜେଲରେ ଥିବା କଂଗ୍ରେସ ସାଂସଦ ପି.ଚିଦମ୍ବରମଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏମ୍ସକୁ ନିଆଯାଇଥିଲା । ଶନିବାର ସଂଧ୍ୟାରେ ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ହେବା ନେଇ ଅଭିଯୋଗ ହେବା ପରେ ଜେଲ ପ୍ରଶାସନ ତାଙ୍କୁ ଏମ୍ସ ପଠାଇ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଡାକ୍ତରଖାନାରେ ଚିଦାମ୍ବରମଙ୍କ ପୂରା ଶରୀରର ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରେ ତାଙ୍କୁ ପୁଣି ତିହାର୍ ଜେଲ୍ କୁ ଅଣାଯାଇଛି ।
ସୂଚନା ମୁତାବକ, ଆଇଏନ୍ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ଅଗଷ୍ଟ ୨୧ ରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ଆଇଏନ୍ଏକ୍ସ ମିଡିଆ ମାମଲାକୁ ନେଇ ସେପ୍ଟେମ୍ବର ୫ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦମ୍ବରମ୍କୁ ୧୪ଦିନ ପର୍ୟ୍ୟନ୍ତ ତିହାର ଜେଲ୍କୁ ପଠାଇଥିଲେ । କିନ୍ତୁ ପରେ ଯାଞ୍ଚ ଏଜେନ୍ସିର କହିବା ଅନୁଯାୟୀ ଏହାର ଅବଧି ଅକ୍ଟୋବର ୩ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଥିବା ବେଳେ ପରେ ପୁଣି ତାହା ଅକ୍ଟୋବର ୧୭ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି । ଦିଲ୍ଲୀ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ୟ୍ୟନ୍ତ ଚିଦମ୍ବରମ୍ ଯାଇ ସାରିଥିଲେ ମଧ୍ୟ ତାଙ୍କୁ ଜାମିନ୍ ମିଳି ପାରି ନାହିଁ ।
Follow Us
/kanak/media/post_attachments/wp-content/uploads/2019/10/sree_22719_chiddu-300x200.jpg)