କନକ ବ୍ୟୁରୋ: ୟୁନିକ ପବ୍ଲିକ ସ୍କୁଲ ନବରଙ୍ଗପୁର ସହରର ଏକ ମର୍ଯ୍ୟାଦା ସମ୍ପନ୍ନ ସ୍କୁଲ, ଦୀର୍ଘ ୨୮ବର୍ଷ ହେଲା ଶିକ୍ଷାକ୍ଷେତ୍ରରେ ତାର ଅବଦାନ ଜାରି ରହିଛି । ଅଭିଭାବକଙ୍କ ସହଯୋଗ ଆଉ ଆଶୀର୍ବାଦ ଦ୍ୱାରା ଏହା ସମ୍ଭବପର ହୋଇପାରିଛି । ୨୦୨୦ମସିହାରେ ସିବିଏସଇ ଆଫିଲେସନ ପ୍ରାପ୍ତ ହୋଇଛି ଏହି ସ୍କୁଲ । ବିଇଓ, ଡିଇଓଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଥିଲା । ଏହାକୁ ନେଇ ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ମଧ୍ୟ ଦେଖିବାକୁ ମିଳିଥିଲା ।

Advertisment

ତେବେ ଆମ ସ୍କୁଲର ଛାତ୍ରଛାତ୍ରୀ ପୂର୍ବରୁ ଜୟପୁର କିମ୍ବା କୋରାପୁୁଟ ଯାଇ ପରୀକ୍ଷା ଦେଉଥିଲେ । କିନ୍ତୁ ଚଳିତ ଥର ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୧୦ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମଧ୍ୟରେ ଖୁସିର ମାହୋଲ । ଏହାକୁ ନେଇ ପି ବାଲାଜୀ ରେଡ୍ଡୀ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ କର୍ମଚାରୀଙ୍କୁ ତାଙ୍କର ସଗଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଏହିଭଳି ଯୋଡିହୋଇ ରହିବାକୁ ଆହ୍ୱାନ ଦେଇଛନ୍ତି ।