ରାଜଧାନୀ ଓୟୋ ରୁମରେ ବ୍ଲାକମେଲିଂର ସାଂଘାତିକ୍ ସତ । ରୁମର ଅନ୍ତରଙ୍ଗ ମୁହୁର୍ତ୍ତକୁ କଏଦ କରୁଛି କ୍ୟାମେରା, ଥାନାରେ ଅଭିଯୋଗ ପରେ ଫିଟିଲା ଗୁମର ।

1,681

କନକ ବ୍ୟୁରୋ : ରାଜଧାନୀର ନୟାପଲୀ ଅଞ୍ଚଳରେ ଓୟୋ ହୋଟେଲରେ ରହିଥିବା ଜଣେ ଯୁବତୀ ଏମିତି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଓୟୋ ହୋଟେଲ ରୁମରେ ରହିବା ସମୟର ଅନ୍ତରଙ୍ଗ ମୁହୁର୍ତକୁ କ୍ୟାମେରାରେ କଏଦ କରି ତାଙ୍କୁ ବ୍ଲାକମେଲ କରାଯାଇଛି । ଫଟୋ ଓ ଭିଡିଓକୁ ଭାଇରାଲ କରିବା ପାଇଁ ଧମକ ମଧ୍ୟ ଦିଆଯାଇଛି । ଆଉ ଏହି ବ୍ଲାକମେଲିଂ କରିଛନ୍ତି ହୋଟେଲର କର୍ମଚାରୀ । ବାରମ୍ବାର ଫୋନ କରି ଧମକେଇବା ପରେ ପୋଲିସ ପାଖରେ ପହଂଚିଥିଲେ ଯୁବତୀ । ଆଉ ଧୀରେ ଧୀରେ ଫିଟିଥିଲା ବ୍ଲାକମେଲିଂର ଗୁମର । ପୋଲିସ ୨ଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି । ଏହାର ଚେର କେତେଦୂର ଲମ୍ବିଛି ସେନେଇ ଅଧିକ ତନାଘନା କରୁଛି ପୋଲିସ ।

ଓୟୋ ହୋଟେଲର ଗୁମର କଥା । କ୍ୟାମେରାରେ କଏଦ ହେଉଛି ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟ । ଓୟୋ ହୋଟେଲରେ ଯୁବତୀଙ୍କ ସହ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କ ସହ ବି ଘଟିପାରେ । ତେଣୁ ସାବଧାନ ରୁହନ୍ତୁ । ଓୟୋ ହୋଟେଲ ରୁମରେ ରହିବା ସମୟରେ ଅନ୍ତରଙ୍ଗ ମୁହୁର୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କିଛି ଏମିତି ସାଙ୍ଘାତିକ ସତ ଏବେ ସାମନାକୁ ଆସିଛି ।

ନୟାପଲ୍ଲୀରେ ଥିବା ସାଇ ଆର୍ଯ୍ୟ ରେସିଡେନ୍ସ । ଯାହାର କର୍ମଚାରୀଙ୍କ ନାଁରେ ଆସିଛି ବ୍ଲାକମେଲିଂର ସଙ୍ଗୀନ ଅଭିଯୋଗ । ଓୟୋ ରୁମରେ ରହିଥିବା ଯୁବତୀଙ୍କ ଅଭିଯୋଗ ଅନୁସାରେ, ଘରକୁ ଫେରିବା ପରେ ତାଙ୍କ ନିକଟକୁ ଆସିଥିଲା ଓୟୋ ହୋଟେଲରୁ ଫୋନ । ଯୁବତୀଙ୍କ ଅନନ୍ତରଙ୍ଗ ମୁହୁର୍ତର କିଛି ଫଟୋ ଓ ଭିଡିଓ ଅଛି ବୋଲି କହି ହୋଟେଲର କିଛି କର୍ମଚାରୀ ଯୁବତୀଙ୍କୁ ବ୍ଲାକମେଲ କରିଥିଲେ । ଆଉ ଏଥିପାଇଁ ଦାବି କରିଥିଲେ ୫୦ହଜାର ଟଙ୍କା ।

ବ୍ଲାକମେଲ କରୁଥିବା ଏହି ଯୁବକଙ୍କୁ ଧରିବା ପାଇଁ ଯୁବତୀ ଜଣଙ୍କ ଟଙ୍କା ଦେବାକୁ କହି ନୟାପଲ୍ଲୀ ଛକକୁ ଡକାଇଥିଲେ । ଆଉ ଟଙ୍କା ନେବାକୁ ଆସିଥିବା ବେଳେ କାବୁ କରିନେଲେ ସେଠାରେ ପୂର୍ବରୁ ଅପେକ୍ଷା କରିଥିବା କିଛି ସ୍ଥାନୀୟ ଯୁବକ । ଆଉ ସେହି ସମୟରେ ଏହି କେଳେଙ୍କାରୀ ବିଷୟରେ ଅନେକ କଥା କହିଥିଲା ଏହି ଅଭିଯୁକ୍ତ ।

ରୁମ ଭିତରେ ଛୋଟ କ୍ୟାମେରା ଲଗାଇ ଅନ୍ତରଙ୍ଗ ମୂହୂର୍ତକୁ କ୍ୟାମେରା କଏଦ କରାଯାଉଥିଲା ଆଉ ତାପରେ ଆରମ୍ଭ ହେଉଥିଲା ବ୍ଲାକମେଲିଂ । କେବଳ ଏହି ଘଟଣା ନୁହେଁ ଏମିତି ଚାଲିଛି ଅନେକ ଅନୈତିକ କାରବାର । ହୋଟେଲର ୨ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏବଂ ଏହି କାରବାରର ଚେର କେତେଦୂର ଲମ୍ବିଛି ତାହା ଜାଣିବାକୁ ଚେଷ୍ଟା କରୁଛି ।