ଯାଜପୁର କଳିଙ୍ଗନଗରରୁ ଆନ୍ଧ୍ର, ମହାରାଷ୍ଟ୍ରକୁ ଗଲା ଅକ୍ସିଜେନ : ଟାଟା ଷ୍ଟିଲ କାରଖାନାରୁ ଯାଜପୁର ପୋଲିସ ଏସ୍କର୍ଟରେ ପଠାଗଲା ଅକ୍ସିଜେନ୍ ଭ୍ୟାନ୍

307

କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡ଼ିଲା ଅକ୍ସିଜେନ୍ ଗାଡି । ଯାଜପୁର ପୋଲିସର ଏସ୍କର୍ଟରେ ତିନୋଟି ଅକ୍ସିଜେନ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପଦେଶର ବିଶାଖପାଟଣା ଗସ୍ତ କରିଛି । ସାରା ଦେଶରେ ଅକ୍ସିଜେନର ଅଭାବ ଯୋଗୁଁ କରୋନା ରୋଗୀଙ୍କ ମୃତ୍ରୁ ଘଟଣା ସାମ୍ନାକୁ ଆସିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗନଗର ଟାଟା ଷ୍ଟିଲ ଅକ୍ସିଜେନ ଯୋଗାଇବ ବୋଲି ଘୋଷଣା କରିଥିଲେ । ଯାଜପୁର ପୋଲିସର ସୁରକ୍ଷା ମଧ୍ୟରେ ଏହି ଅକ୍ସିଜେନ ଭ୍ୟାନ ପଠାଯାଇଥିବା ସୁଚନା ଦେଇଛନ୍ତିି ଯାଜପୁର ଏସପି ରାହୁଲ ପି.ଆର ।

ସେପଟେ, ଅକ୍ସିଜେନ ଅଭାବ ଭିତରେ ବିଶାଖପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ । ଏହି ଅକ୍ସିଜେନ ଏକ୍ସପ୍ରେସରେ ୭ଟି ଟ୍ୟାଙ୍କରରେ ଅକ୍ସିଜେନ ପଠାଯାଇଛି । ପ୍ରତି ଟ୍ୟାଙ୍କରରେ ରହିଛି ୧୫ ଟନ ଲେଖାଏଁ ତରଳ ମେଡିକାଲ ଅକ୍ସିଜେନ । ଗତକାଲି ସନ୍ଧ୍ୟାରେ ବିଶାଖପାଟନମର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି । ଏହା ପଶ୍ଟିମ ଭାରତର ବିଭିନ୍ନ ଅଂଚଳର ଡାକ୍ତରଖାନା ଓ କରୋନା ରୋଗୀଙ୍କ ପାଇଁ ସହାୟକ ହେବ । ମହାରାଷ୍ଟ୍ର କାମ୍ବୋଲି ଗୁଡସ-ସେଡରୁ ୭ଟି ଖାଲି ଟ୍ୟାଙ୍କର ଗତକାଲି ସକାଳେ ବିଶାଖପାଟନମ ପହଂଚିଥିଲା । ଏହାପରେ ସେହି ଖାଲି ଟ୍ୟାଙ୍କରରେ ଏକ୍ସିଜେନ ଭର୍ତି କରାଯିବା ପରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି ।