ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର : ଏଚପି ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଓଲଟିଲା

190

କନକ ବ୍ୟୁରୋ : ଭୁବନେଶ୍ୱରରୁ କଟକ ଯିବା ସମୟରେ ଗ୍ୟାସ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ  । ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡି । ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏପରି ଦୁର୍ଘଟଣା । କଟକ ଭୁବନେଶ୍ୱର ୧୬ ନଂବର ଜାତୀୟ ରାଜପଥରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଏଚପି ଗ୍ୟାସ୍ ଟ୍ୟାଙ୍କି ବୋଝେଇ ଗାଡି ଓଲଟି ପଡିଛି । ଟ୍ରକଟି ରାସ୍ତା କଡରେ ଥିବା ଏକ ପରିବା ଦୋକାନ ଉପରେ ଓଲଟି ପଡିଥିଲା । ଫଳରେ ଦୋକାନଟି ପୁରା ନଷ୍ଟ ହୋଇଯାଇଛି । ସନ୍ଦେହ କରାଯାଉଛି, ଟ୍ରକ୍ ଡ୍ରାଇଭରର ଆଖି ଲାଗି ଯିବାରୁ ଭାରସାମ୍ୟ ହରାଇ ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡିଟି ଓଲଟି ପଡିଛି ।