ଏସସିବି ଆଇସିୟୁରେ ଫାଟିଲା ଅକ୍ସିଜେନ ପାଇପ: ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର; ସ୍ୱାଭାବିକ ସ୍ଥିତି ନ ହେବା ଯାଏଁ ବଡ ମେଡିକାଲରେ ଓପନ ହାର୍ଟ ସର୍ଜରୀ ବନ୍ଦ

339

କନକ ବ୍ୟୁରୋ: ଏସସିବିରେ ଗତ ମଧ୍ୟରାତ୍ରିରେ ଏକ ଅଭାନୀୟ ଘଟଣା ଘଟିଛି । କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପ ଫାଟିଯିବା ଫଳରେ ଜଣେ ନାବାଳିକାର ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି । ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଅକ୍ସିଜେନ ପ୍ଲାଂଟକୁ ବନ୍ଦ କରାଯିବା ସହ ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ଓପନ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି ଘୋଷଣା କରାଯାଇଛି ।

ଗତକାଲି ରାତିରେ ହଠାତ୍ ଅକ୍ସିଜେନ ପାଇପ ଫାଟିବା ସହ ପ୍ରଚଣ୍ଡ ଶଦ୍ଦ ହେବାରୁ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହାପରେ ଅକ୍ସିଜେନ ପ୍ଲାଂଟକୁ ବନ୍ଦ କରାଯିବା ସହ ରୋଗୀଙ୍କୁ ଅସ୍ତ୍ର ସ୍ଥାନାନ୍ତର କରାଯାଇଛି । ଗୁରୁତର ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ମାଧ୍ୟମରେ ଅକ୍ସିଜେନ ଦେବା ବ୍ୟବସ୍ଥା କରାଯାଇଥିଲା । ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ଓପନ ହାର୍ଟ ସର୍ଜରୀ ବନ୍ଦ କହିବ ବୋଲି ମେଡିକାଲ କର୍ତପକ୍ଷ କହିଛନ୍ତି । ପାଇପ ଲିକ ହେବା ଅଭିଯୋଗ ଦୀର୍ଘଦିନ ହେଲା ରହିଥିଲା । ଅବହେଳାରୁ ପାଇପ ଫାଟିଲା ବୋଲି ଚର୍ଚ୍ଚା ହେଉଛି ।