କନକ ବ୍ୟୁରୋ: ଏମକେସିଜିରୁ ଆସିଲା ସ୍ୱାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ । ହୃଦ୍ରୋଗ ଚିକିତ୍ସା ପାଇଁ ତିନିଟି ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଦିଆଯାଉଛି ଅକ୍ସିଜେନ୍ । ଶିଶୁଙ୍କ ଚିକିତ୍ସା ପାଇଁ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ନେବା ସମୟରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ତେବେ ତିନି ଶିଶୁଙ୍କୁ ସେମାନଙ୍କ ଅଭିଭାବକମାନେ ଧରିଥିବାବେଳେ ସେମାନଙ୍କୁ ଗୋଟିଏ ଏକ୍ସଜେନ୍ ସିଲିଣ୍ଡରରୁ ଦିଆଯାଉଥିଲା ଅକ୍ସିଜେନ୍ । ବିପଦ ସଙ୍କୁଳ ଅବସ୍ଥାରେ ଶିଶୁଙ୍କୁ ନେବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଓ ଅନ୍ୟ କର୍ମଚାରୀ ବିରକ୍ତି ପ୍ରକାଶ କରିଥିଲେ । ସେପଟେ କାହିଁକି ଓ କାହା ନିର୍ଦ୍ଦେଶରେ ତିନି ଶିଶୁଙ୍କୁ ଗୋଟିଏ ସିଲିଣ୍ଡର ଅକ୍ସିଜେନ ଦିଆଯାଇଥିଲା ଏନେଇ ତଦନ୍ତ କରାଯାଉଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଗୋଟିଏ ସିଲିଣ୍ଡରରୁ ତିନି ଶିଶୁଙ୍କୁ ଅକ୍ସିଜେନ୍ ।
/kanak/media/post_attachments/wp-content/uploads/2022/10/WhatsApp-Image-2022-10-15-at-4.11.48-PM-1.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)