କନକ ବ୍ୟୁରୋ : ଓଡିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଭିତରେ, ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ ? ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସ୍ଥିତି ଭଲ ଅଛି । ହେଲେ ପ୍ରତିଦିନ ଯେଭଳି ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଆଗକୁ ପରିସ୍ଥିତି ବିଗିଡିଲେ ଆମେ କେତେଦୂର ପ୍ରସ୍ତୁତ ? ଏଭଳି ସ୍ଥିତିରେ ଜାଣନ୍ତୁ ରାଜ୍ୟରେ କେତେ ପରିମାଣରେ ଅକ୍ସିଜେନ୍ ଉତ୍ପାଦନ ହେଉଛି, କେତେ ଗଚ୍ଛିତ ଅଛି ଏବଂ ହସ୍ପିଟାଲଗୁଡିକରେ କେତେ ଆକ୍ସିଜେନର ଆବଶ୍ୟକତା ରହିଛି ।
ଓଡି଼ଶାରେ ଅକ୍ସିଜେନର ହିସାବ କିତାବ -
- ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି ୧,୬୭୫ ଆକ୍ରାନ୍ତ, ଆଇସିୟୁରେ ଅଛନ୍ତି ୪୮୯ ରୋଗୀ
- କରୋନା ଆକ୍ରାନ୍ତଙ୍କ ପାଇଁ ଦୈନିକ ଦରକାର ପଡୁଛି ୨୩.୭୮ ମେଟ୍ରିକ ଟନ୍ ଅକ୍ସିଜେନ୍
- ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନ କ୍ଷମତା- ସିଲିଣ୍ଡର ଜରିଆରେ ୧୨୯.୬୮ ମେଟ୍ରିକ ଟନ୍
- ଏଥିସହ ୬୦ ମେଟ୍ରିକ ଟନ୍ ତରଳ ମେଡିକାଲ ଅକ୍ସିଜେନ୍ ରାଜ୍ୟରେ ଉତ୍ପାଦନ ହେଉଛି
- ମେ' ୧୦ ସୁଦ୍ଧା ବ୍ରହ୍ମପୁର ଏମକେସିଜିରେ କାର୍ଯ୍ୟକ୍ଷମ ହେବ ତରଳ ଅକ୍ସିଜେନ୍ ପ୍ଲାଂଟ୍
- ଭିମସାର ସମେତ ଅନ୍ୟ ୧୫ଟି ସ୍ଥାନରେ ତରଳ ଅକ୍ସିଜେନ୍ ପ୍ଲାଂଟ୍ ସ୍ଥାପନ ଯୋଜନା ଅଛି