ଚୀନରୁ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର । ଟ୍ୱିଟ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । କହିଲେ, ଅକ୍ସିଜେନ ଅଭାବରୁ କାହାର ଅସୁବିଧା ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

1,586

କନକ ବ୍ୟୁରୋ : ଚୀନରୁ ସିଧାସଳଖ ଭୁବନେଶ୍ୱର ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର । ଖୁବଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡ଼ିକାଲକୁ ପଠାଯିବ । ସେହିପରି ଆବଶ୍ୟକ ସ୍ଥଳ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ । ଚୀନରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା ଦିଗରେ ବେଶ ସହାୟକ ହେବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ଅସିତ୍ ତ୍ରିପାଠୀ ।
ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ । ଅକ୍ସିଜେନ୍ ଅଭାବରୁ କେହି ଅସୁବିଧାରେ ନପଡନ୍ତୁ ଚାହାନ୍ତି ମୁଖ୍ୟମନ୍ତ୍ରୀ । ଅତି ଶୀଘ୍ର ରାଜ୍ୟର ସବୁ ମେଡିକାଲକୁ ଯୋଗାଇ ଦିଆଯିବ ସିଲିଣ୍ଡର । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୂଚନା ।