କଲବଲ କରୁଛି କରୋନା... ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଆସୁଛି ଭିନ୍ନ ଭିନ୍ନ ଚିତ୍ର । କେଉଁଠି ଅଟୋ ଭିତରେ କରୋନା ରୋଗୀଙ୍କ ଜୀବନ ଚାଲିଯାଉଛି ତ ଆଉ କେଉଁଠି ଅକ୍ସିଜେନ୍ ଅଭାବରୁ ରୋଗୀ ମୃତ୍ୟୁବରଣ କରୁଛନ୍ତି । ସେହିଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୧୯ବର୍ଷର ବାଳିକା ନିଶ୍ବାସ ନେଇ ନପାରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗୁରୁତର ଅବସ୍ଥାରେ ବାଳିକାଙ୍କୁ ତାଙ୍କ ବାପା ମୋଟରସାଇକେଲରେ ନେଇ ସରକାରୀ ଟ୍ରାମା ସେଣ୍ଟରରେ ପହଞ୍ଚିଥିଲେ। ସେଠାରେ ଝିଅକୁ ନିଶ୍ବାସ ନେବାରେ ଅସୁବିଧା ହେଉଥିବା ଦେଖି ସରକାରୀ ଟ୍ରାମା ସେଣ୍ଟର ଭର୍ତ୍ତି କରିବାକୁ ମନା କରିଦେଇଥିଲା। କାରଣ ସେଠାରେ ଅକ୍ସିଜେନ ନଥିଲା। ଶେଷରେ ଛଟପଟ ହୋଇ ବାଳିକାର ପ୍ରାଣବାୟୁ ଉଡ଼ି ଯାଇଥିଲା।
ମୃତ ବାଳିକାର ବାପା ଶିବନାରାୟଣ ଭୋଭୋ ହୋଇ କାନ୍ଦିକାନ୍ଦି କହିଥିଲେ, ଝିଅକୁ ଚିକିତ୍ସା କି ଅକ୍ସିଜେନ ମିଳିଲା ନାହିଁ। ଝିଅ ମୋର ଯନ୍ତ୍ରଣାରେ ଆଖି ସାମ୍ନାରେ ଛଟପଟ ହେଉଥିବା ବେଳେ ମୁଁ ତାକୁ କୌଣସି ପ୍ରକାର ସାହାଯ୍ୟ କରି ପାରୁ ନଥିଲି। ଶେଷରେ ମୋରି ସାମ୍ନାରେ ଝିଅ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ସେ ଝିଅକୁ ମୃତ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ, ମୃତ ଝିଅକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ବି ମିଳି ନଥିଲା। ଶେଷରେ ବାଧ୍ୟ ହୋଇ ମୋଟରସାଇକେଲରେ ଝିଅର ମୃତଦେହକୁ ଘରକୁ ଆଣିଥିଲି। ଜଣେ ବାପା ହୋଇ ଝିଅର ଏଭଳି ଅବସ୍ଥା ଦେଖିବା କେତେ ଯେ କଷ୍ଟ ତାହା ମୁଁ ଶବ୍ଦରେ କହି ପାରିବି ନାହିଁ। ଖାଲି ଏତିକି କହିବି ଭଗବାନ ଏଭଳି କଷ୍ଟ କୌଣସି ବାପାଙ୍କୁ ନଦିଅନ୍ତୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Untitled-1-copy-47-750x430.jpg)