ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଅଣମେଡିକାଲ କାମରେ ବ୍ୟବହାର ହୋଇପାରିବ ନାହିଁ ଅକ୍ସିଜେନ୍ ।

Advertisment
କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ଖାଲି ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ଏସିଏସ

କନକ ବ୍ୟୁରୋ: ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଏଣିକି ଅକ୍ସିଜେନ କୌଣସି ଅଣମେଡିକାଲ କାମରେ ବ୍ୟବହାର ହୋଇପାରିବ ନାହିଁ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖି ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । କେନ୍ଦ୍ର ଗୃହମନ୍ତ୍ରାଳୟର ଏହି ନିଷ୍ପତି ତୁରନ୍ତ ଲାଗୁ ହେବ । ଲିକ୍ୟୁଇଡ ଅକ୍ସିଜେନ ଏବଂ ମହଜୁଦ ଥିବା ସମସ୍ତ ଅକ୍ସିଜେନ କେବଳ ଚିକିତ୍ସା ସେବାରେ ବ୍ୟବହାର ହେବ । କରୋନା ସଂକ୍ରମଣ ବଢୁଥିବା ବେଳେ ଅକ୍ସିଜେନ ଅଭାବ ଜଟିଳ ସଂକଟ ସୃଷ୍ଟି କରିବାରୁ ଶିଳ୍ପ ଉଦ୍ୟୋଗରେ ଅକ୍ସିଜେନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଏଥିସହ ଅକ୍ସିଜେନ ଉତ୍ପାଦନକାରୀ କାରଖାନାକୁ ଅଧିକ ଲିକ୍ୟୁଇଡ ଅକ୍ସିଜେନ ଉତ୍ପାଦନ କରିବାକୁ କହିଛନ୍ତି କେନ୍ଦ୍ର ସରକାର । ସେହି ଲିକ୍ୟୁଇଡ ଅକ୍ସିଜେନକୁ ଚିକିତ୍ସା ସେବାରେ ବ୍ୟବହାର କରିବା ପାଇଁ କେବଳ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe