ରାଜଧାନୀ ଦିଲ୍ଲୀରେ ଅମ୍ଲଜାନର ଅଭାବ , କିଣିବାକୁ ପଡୁଛି ଅମ୍ଲଜାନ ! ମାତ୍ର ୧୫ ମିନିଟ୍ ପାଇଁ ୨୯୯ ଟଙ୍କା ଦେଇ ଅକ୍ସିଜେନ୍ ବାରକୁ ଯାଉଛନ୍ତି ଦିଲ୍ଲୀବାସୀ ।

ରାଜଧାନୀ ଦିଲ୍ଲୀରେ ଅମ୍ଲଜାନର ଅଭାବ , କିଣିବାକୁ ପଡୁଛି ଅମ୍ଲଜାନ ! ମାତ୍ର ୧୫ ମିନିଟ୍ ପାଇଁ ୨୯୯ ଟଙ୍କା ଦେଇ ଅକ୍ସିଜେନ୍ ବାରକୁ ଯାଉଛନ୍ତି ଦିଲ୍ଲୀବାସୀ ।

ଦିଲ୍ଲୀ ଅବସ୍ଥା ଏବେ ସାଂଘାତିକ। ବାୟୁ ପ୍ରଦୂଷଣ ଅତି ଜଟିଳ ସ୍ତରରେ ପହଞ୍ଚିଥିବାରୁ ଜନସାଧାରଣଙ୍କ ଜୀବନ ବିଷମୟ ହୋଇଯାଇଛି। ଶୁଦ୍ଧ ପବନ ଟିକେ ପାଇଁ ଲୋକେ ଏବେ ଅକ୍ସିଜେନ୍ ବାର୍ରେ ଭିଡ଼ ଜମାଉଛନ୍ତି। ମାତ୍ର ୧୫ ମିନିଟ୍ର ଶୁଦ୍ଧ ପବନ ପାଇଁ ଲୋକଙ୍କୁ ୨୯୯ ଟଙ୍କା ଦେବାକୁ ପଡ଼ୁଛି। ୨୬ ବର୍ଷୀୟ ଯୁବ ବ୍ୟବସାୟୀ ଆର୍ୟ୍ୟବୀର କୁମାର ଗତ ମେ’ରେ ଦକ୍ଷିଣ ଦିଲ୍ଲୀର ସିଲେକ୍ଟ ସିଟି ୱାକ୍ ମଲ୍ରେ ଏକ ‘ଅକ୍ସିଜେନ୍ ବାର୍’ ଖୋଲିଥିଲେ।

publive-image

ଏହି ବାର୍ ନାମ ଦିଆଯାଇଛି ଅକ୍ସି ପିଓର୍। ଏଠାକୁ ନିଦ୍ରାହୀନତା, ହ୍ୟାଙ୍ଗଓଭର୍ ଏବଂ ଏପରିକି ବିଷାଦରେ ଥିବା ଲୋକମାନେ ମଧ୍ୟ ଟିକେ ଆରାମ ପାଇବା ପାଇଁ ଆସନ୍ତି। ଗତ ମେ’ମାସରେ କୁମାର ଅକ୍ସିପିଓର ଖୋଲିଥିଲେ ମଧ୍ୟ ପ୍ରଥମେ ଏଠାକୁ ଏତେ ସଂଖ୍ୟାରେ ଗ୍ରାହକ ଆସୁନଥିଲେ। କିନ୍ତୁ ଅକ୍ଟୋବରରେ ଦିଲ୍ଲୀ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ପରେ ଅକ୍ସି ପିଓର୍ରେ ଲୋକଙ୍କ ଭିଡ଼ ଜମୁଛି। ଶୁଦ୍ଧ ପବନ ପାଇଁ ଲୋକେ ୨୯୯ରୁ ୪୯୯ ଟଙ୍କା ଦେଉଛନ୍ତି। ଲୋକଙ୍କର ଶୁଦ୍ଧ ପବନ ପ୍ରତି ବଢ଼ୁଥିବା ଆଗ୍ରହକୁ ଦେଖି କୁମାର ଏବେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଅକ୍ସିପିଓର୍ର ଅନ୍ୟ ଏକ ଶାଖା ଖୋଲିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କ ନିଜ ନିଜ ପସନ୍ଦର ୭ଟି ଫ୍ଲେଭର୍ରେ ଶୁଦ୍ଧ ପବନ ମିଳୁଛି।

publive-image

ଅକ୍ସିଜେନ୍ ବାର୍କୁ ଅଧିକାଂଶ ଶିଶୁ ଏବଂ ବୟସ୍କ ଲୋକ ଆସୁଥିବା ଦେଖାଯାଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଏହି ବାର୍ ଖୋଲିଛି। ଲୋକମାନେ ମଧ୍ୟ ଅନ୍ୟ ସ୍ଥାନରେ ଶୁଦ୍ଧ ପବନ ପାଇବା ପାଇଁ ଅକ୍ସିଜେନ୍ ବାର୍ରୁ ଅକ୍ସିଜେନ୍ କ୍ୟାନ୍ କିଣି ନେଉଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe