ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଭାରତରେ ଅକ୍ସଫୋର୍ଡ଼ ଟିକାକୁ ମିଳିପାରେ ଅନୁମତି ।

96

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଆଜି ହିଁ ଭାରତରେ ଅକ୍ସଫୋର୍ଡ଼ ଟିକାକୁ ଅନୁମତି ମିଳିପାରେ । ପ୍ରଥମରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ମିଳିପାରେ । ଆଜି କରୋନା ଟିକା ସହ ଜଡ଼ିତ ବିଶେଷଜ୍ଞ କମିଟିର ଏକ ବୈଠକ ବସିବ । ବୈଠକରେ ଭାରତରେ କରୋନା ଟିକାକୁ ଅନୁମତି ମିଳିବା ନେଇ ନିଷ୍ପତି ନିଆଯାଇପାରେ ।

ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ବ୍ରିଟେନ ମଂଜୁରୀ ଦେଇସାରିଛି । ବ୍ରିଟେନରେ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା ଟିକାକୁ ଅନୁମତି ମିଳିଥିବାରୁ ଭାରତରେ ମଧ୍ୟ ଖୁବଶୀଘ୍ର ଏହାକୁ ଗ୍ରୀନ ସିଗନାଲ ମିଳିବ ବୋଲି କୁହାଯାଉଛି । ଆଜିର ବୈଠକ ଏଥିପାଇର୍ ଗୁରୁତ୍ୱପୂର୍ଣ୍ଣ , କାରଣ ବ୍ରିଟେନ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ମଂଜୁରୀ ଦେଇସାରିଛି ।

କିଛି ଦିନ ମଧ୍ୟରେ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ବ୍ରିଟେନରେ ସାଧାରଣ ଲୋକଙ୍କୁ ଟୀକାକରଣରେ ବ୍ୟବହାର କରାଯିବ । ଭାରତରେ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା ଟିକାର ଉତ୍ପାଦନ ଦାୟିତ୍ୱ ସେରମ ଇନଷ୍ଟିଚ୍ୟୁଟ ନେଇଛି । ସିରମ ଇନଷ୍ଟିଚ୍ୟୁଟ କହିଥିଲା ଯେ, ବ୍ରିଟେନରେ ଅନୁମତି ମିଳିବା ପରେ ଭାରତରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିବ । ପ୍ରଥମେ ୩୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଳକ୍ଷ୍ୟ ରଖାଯାଇଛି ।