ଅକ୍ସଫୋର୍ଡ କରୋନା ଟିକାକୁ ନେଇ ଚର୍ଚ୍ଚା । ୯୦ ପ୍ରତିଶତ ଫଳପ୍ରଦ ହେବା ନେଇ ଆସିଥିବା ରିପୋର୍ଟରେ ତ୍ରୁଟି, ରିପୋର୍ଟରେ ସାମିଲ ହୋଇନାହିଁ, ବୟସ୍କ ଲୋକଙ୍କ ଠାରେ ପରୀକ୍ଷଣର ଫଳାଫଳ ।

295

କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ ସାରା ବିଶ୍ୱ ଅପେକ୍ଷା କରିଛି ଏକ ସଫଳ ଟିକା । କିନ୍ତୁ ଅକ୍ସଫୋର୍ଡ କରୋନା ଟିକା କିଛି ଏମିତି ଖବର ଆଣିଛି ଯାହା ସମସ୍ତଙ୍କୁ ନିରାଶ କରିଛି । ଏହି ଟିକା ୯୦ ପ୍ରତିଶତ ଫଳପ୍ରଦ ହେବା ନେଇ ଯେଉଁ ରିପୋର୍ଟ ଆସିଛି ସେଥିରେ ତ୍ରୁଟି ଥିବା ଜଣାପଡିଛି । କାରଣ ବୟସ୍କ ଲୋକଙ୍କ ଠାରେ ପରୀକ୍ଷଣର ଫଳାଫଳ ଏହି ରିପୋର୍ଟରେ ସାମିଲ ହୋଇନାହିଁ । ତେଣୁ ଟିକାକୁ ଜରୁରୀକାଳୀନ ଅନୁôମତି ମିଳିବାରେ ବିଳମ୍ବ ହେବା ଆଶଙ୍କା କରାଯାଉଛି ।

ଯେତେବେଳେ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି ଟିକା ୯୦ ପ୍ରତିଶତ ଫଳପ୍ରଦ ହେବା ନେଇ ଘୋଷଣା କରାଯାଇଥିଲା ସେତେବେଳେ ଖୁସିର ପରିବେଶ ସୃଷ୍ଟି ହୋଇଥିଲା । ବ୍ରିଟେନର ଏକ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇଥିଲା । କଫି କପ ଠାରୁ କମ ଦରରେ ଏହି ଟିକା ମିଳିବା କଥା କୁହାଯାଇଥିଲା । ତେବେ ପ୍ରାଥମିକ ପରୀକ୍ଷଣରୁ ଜଣାପଡିଥିଲା ଯେ, ଯେତେବେଳେ ଏହି ଟିକାକୁ କିଛି ଅଂଶଗ୍ରହଣକାରୀଙ୍କୁ ଦିଆଯାଇଥିଲା ସେଥିରେ କିଛିଟା ଭୁଲ ରହିଥିଲା । ତେଣୁ ସାରା ବିଶ୍ୱ ଯେତେବେଳେ ଏହି ଟିକାର ସଫଳତାକୁ ନେଇ ଆଶା ବାନ୍ଧି ବସିଥିଲା, ସେହି ଆଶା ଏବେ ମଉଳି ଯାଇଛି ।