ନୂଆ ବର୍ଷର ପ୍ରଥମ ଦିନରେ ଆସିଲା ସବୁଠୁ ବଡ଼ ଖବର: ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ସବୁଜ ସଂକେତ; ସିରମ୍ ଇନଷ୍ଟିଚ୍ୟୁଟକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ନବୀନ
କୋଭିସିଲ୍ଡ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲେ ବିଶେଷଜ୍ଞ କମିଟି । ଔଷଧ ନିୟନ୍ତ୍ରକଙ୍କ ଅନୁମୋଦନ ପାଇଁ ସୁପାରିସ୍
କନକ ବ୍ୟୁରୋ: ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ଆସିଛି । ଯାହାକୁ ମାସ ମାସ ଧରି ସମସ୍ତେ ଅପେକ୍ଷା କରିଥିଲେ, ଶେଷରେ ସେହି ଭଳି ସମୟ ନିକଟବର୍ତି ହୋଇଛି । ଦେଶରେ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ‘କୋଭିସିଲ୍ଡ’ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ସବୁଜ ସଂକେତ ଦେଇଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି । ଡ୍ରଗ୍ସ କଂଟ୍ରୋଲ ଅଫ ଇଣ୍ଡିଆରେ ବିଶେଷଜ୍ଞ କମିଟିର ବୈଠକ ବସିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିରେ ଅକ୍ସଫୋର୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ସବୁଜ ସଂକେତ ମିଳିବା ପରେ ଦେଶରେ କୋଭିଡ ବିରୋଧରେ ଲଢେଇ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି ବୋଲି କୁହାଯାଇ ପାରିବ । ଏହାପରେ ଡିସିଜିଆଇ ବା ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ଚୂଡାନ୍ତ ଅନୁମତି ଦେବେ । କିନ୍ତୁ ବିଶେଷଜ୍ଞ କମିଟିର ଅନୁମୋଦନ ପରେ ଦେଶରେ କୋଭିଡ ଟିକା ଆସିବାର ବାଟ ଫିଟିଯାଇଛି ।
Congratulate @SerumInstIndia as the Covishield vaccine manufactured by it has been recommended for emergency use authorisation in India. Hopeful that this will be a gamechanger. #Odisha is prepared. pic.twitter.com/RCtEcVhtFf
— Naveen Patnaik (@Naveen_Odisha) January 1, 2021
ତେବେ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ ପ୍ୟାନେଲ ସୁପାରିସ କରିବା ପରେ ଏହାର ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ ଆଶା ପ୍ରକାଶ କରିଛନ୍ତି ଯେ ଏହି ଟିକା ଗେମ୍ ଚେଂଜର ପାଲଟିବ । ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।