କନକ ବ୍ୟୁରୋ : ଅକ୍ସଫାମ୍ ରିପୋର୍ଟ । ନିଯୁକ୍ତି କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ହାରର ତଫାତ ୯୮ ପ୍ରତିଶତ । ଶ୍ରମିକ ଶ୍ରେଣୀର ନିଯୁକ୍ତିରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ପ୍ରାଧାନ୍ୟ ୮୩ ପ୍ରତିଶତ ଅଧିକ । କେବଳ ସତେିକି ନୁହେଁ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ଅସମାନତା ରହୁଛି । ଶ୍ରମିକ ଶ୍ରେଣୀରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଆୟ ଅଢେଇ ଗୁଣା ଅଧିକା । ସବର୍ଣ୍ଣଙ୍କ ଅପେକ୍ଷା ଦଳିତ ଓ ସଂଖ୍ୟାଲଘୁଙ୍କ ମାସିକ ଆୟ କମ୍ ରହୁଛି ।

Advertisment

ତଫସିଲଭୁକ୍ତ ଜାତି ଓ ଉପଜାତି ଲୋକଙ୍କ ଅପେକ୍ଷା ସାଧାରଣ ବର୍ଗ ମାସିକ ୫ ହଜାର ଅଧିକ ଆୟ କରନ୍ତି । ସଂଖ୍ୟାଲଘୁଙ୍କ ତୁଳନାରେ ସାଧାରଣ ବର୍ଗର ଆୟ ମାସିକ ୭ ହଜାର ଅଧିକ । ପୁରୁଷଙ୍କ ଆୟ ମହିଳାଙ୍କ ଅପେକ୍ଷା ମାସିକ ୪ ହଜାର ଅଧିକ । ଆତ୍ମନିର୍ଭରଶୀଳ ହୋଇଥିବା ସାଧାରଣ ବର୍ଗଙ୍କଠାରୁ ଆତ୍ମନିର୍ଭର ଦଳିତ ଓ ସଂଖ୍ୟାଲଘୁଙ୍କ ଆୟ କମ୍ । ଆତ୍ମନିର୍ଭର ଦଳିତ ଓ ସଂଖ୍ୟାଲଘୁ ପାଖାପାଖି ୪୧ ପ୍ରତିଶତ କମ୍ ଆୟ କରିଥାନ୍ତି ।