ରାଜଧାନୀରେ ଗାଡି ଡ୍ରାଇଭରଙ୍କୁ ଘରୁ ତଡିଦେଲେ ମାଲିକ: ଛଅମାସର ଗର୍ଭବତୀ ସ୍ତ୍ରୀକୁ ନେଇ ଥାନାରେ ଫେରାଦ ହେଲେ ଡ୍ରାଇଭର

ପ୍ରାପ୍ୟ ମାଗିବାରୁ ଗାଳି କରି ଘରୁ ବାହାର କରିଦେଇଥିବା ଅଭିଯୋଗ

3,816

କନକ ବ୍ୟୁରୋ: ଲକଡାଉନର କଠିନ ପରିସ୍ଥିତିରେ କାହାକୁ ଚାକିରିରୁ ଛଟେଇ ନକରିବା ପାଇଁ କିମ୍ବା ଘର ମାଲିକ ଘରୁ ବାହାର ନକରିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି ସରକାର । ହେଲେ ସରକାରଙ୍କ ଏହି ଅନୁରୋଧକୁ ବେଖାତିର କରି ମଣିଷ ପଣିଆକୁ କିଭଳି ମାଟିରେ ମିଶାଇ ଦିଆଯାଇଛି, ତାର ଚିତ୍ର ଆପଣଙ୍କ ଟିଭ୍ ସ୍କ୍ରିନରେ । ହାତ ଧରାଧରି ହୋଇ ଚାଲୁଥିବା ଏହି ଦମ୍ପତି ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ ।

ସ୍ୱାମୀ ବରମୁଣ୍ଡାର ପ୍ରମୋଦ ଜେନାଙ୍କ ଗାଡି ଚଳାଉଥିବା ବେଳେ ପତ୍ନୀଙ୍କ ସହ ତାଙ୍କ ଘରେ ରହୁଥିଲେ । ହେଲେ ପଇସା ମାଗିବାରୁ ମାଲିକ ଘରୁ କାଢି ଦେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଏହି ଦମ୍ପତି । ବଡ କଥା ହେଉଛି, ଡ୍ରାଇଭର ରାଜୁ ପ୍ରଧାନଙ୍କ ପତ୍ନୀ ୬ ମାସର ଗର୍ଭବତୀ ଅଛନ୍ତି । ଘର ଭଡା ପାଇଁ ମାଲିକ ଘରୁ ବାହାର କରି ଦେଉଛନ୍ତି, ହେଲେ ଲକଡାଉନର କଷ୍ଟକର ସମୟରେ ନିଜ ପ୍ରାପ୍ୟ ମାଗିବାରୁ ଡ୍ରାଇଭରଙ୍କୁ ଘରୁ ବାହାର କରିଦେଇଛନ୍ତି ମାଲିକ ।