ଏବେ ଖୋଲନ୍ତୁ ନିଜର ଗ୍ୟାସ୍ ଏଜେନ୍ସୀ ! କୌଣସି ସିକ୍ୟୁରିଟି ଡିପୋଜିଟର ଆବଶ୍ୟକତା ନାହିଁ , ଦଶମ ପାସ୍ ଯୋଗ୍ୟତା ଥିବା ବ୍ୟକ୍ତି ଖୋଲିପାରିବେ ଏଜେନ୍ସୀ ।

2,429

ଏବେ ଗ୍ୟାସ୍ ଏଜେନ୍ସୀ ଖୋଲିବାର ମଉକା ଆପଣ ପାଇପାରିବେ । ଗୋ ଗ୍ୟାସ୍ କମ୍ପାନୀ ଏଥିପାଇଁ ବିଜ୍ଞାପନ ଜାରୀ କରିଛି । କମ୍ପାନୀ ଏଜେନ୍ସି ଖୋଲିବା ପାଇଁ ସିକ୍ୟୁରିଟି ଡିପୋଜିଟ୍ ମଧ୍ୟ ନେବ ନାହିଁ । ଏହାର ଅର୍ଥ ଡିଲରସିପ୍ ରୁ ଆରମ୍ଭ କରି ଡିଷ୍ଟ୍ରିବ୍ୟୁସନ୍ ପାଇଁ ମଧ୍ୟ ଟଙ୍କା ଜମା କରିବାକୁ ପଡିବ ନାହିଁ । କିନ୍ତୁ ଏଜେନ୍ସି ଚଳାଇବା ପାଇଁ ବେସିକ୍ ଇନଫ୍ରାଷ୍ଟ୍ରକ୍ଚରର ଆବଶ୍ୟକତା ପଡିବ । ଏଥିପାଇଁ ଗୋଦାମ୍ ଏବଂ ଡିଷ୍ଟ୍ରିବ୍ୟୁସନ୍ ସେଣ୍ଟର୍ ଏବଂ ଅଫିସ୍ ପାଇଁ ଜମିର ଆବଶ୍ୟକତା ପଡିବ । ଏହାସହ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଏବଂ ଡିଲରସିପ୍ ଷ୍ଟୋରରେ ବି ଇପଭେଷ୍ଟମେଣ୍ଟ୍ କରିବାକୁ ପଡିବ ।

 

ଏଠାରେ କରନ୍ତୁ ସଂପର୍କ : କମ୍ପାନୀ ଉଭୟ କମରସିଆଲ୍ ଏବଂ ନନ୍ – କମରସିଆଲ୍ ଦୁଇପ୍ରକାର ଗ୍ୟାସ୍ ସିଲିଣ୍ଡର ଡିଷ୍ଟ୍ରିବ୍ୟୁସନ୍ ର ମଉକା ଦେଉଛି । ଏଥିପାଇଁ ଗୋ ଗ୍ୟାସ୍ ତରଫରୁ ଜିଲ୍ଲା ଏବଂ ତହସିଲସ୍ତର ଏଜେନ୍ସୀ ଖୋଲିବା ପାଇଁ ଆବେଦନ ମାଗିଛି । ଯେଉଁ ଲୋକମାନେ ଗୋ ଗ୍ୟାସ୍ ଏଜେନ୍ସୀର ଡିଲରସିପ୍ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ୭୬୬୬୫୫୫୫୬୦ ରେ ସଂପର୍କ କରିବାକୁ ପଡିବ । info@elitegogas.com ରେ ସଂପର୍କ କରିପାରିବେ ।

ଗ୍ୟାସ୍ ଏଜେନ୍ସୀ ଖୋଲିବା ପାଇଁ ଯୋଗ୍ୟତା : ଆବେଦନ ବୟସସୀମା ୨୧ ରୁ ୬୦ ଭିତରେ ହେବା ଦରକାର । ଆବେଦକ ଜଣେ ଭାରତୀୟ ନାଗରିକ ହୋଇଥିବା ଦରକାର । ଆବେଦକଙ୍କୁ ୧୦ ମ ପାସ୍ କରିବା ସହ ଦିବ୍ୟାଙ୍ଗ ହୋଇନଥିବା ଆବଶ୍ୟକ ।

ଡକ୍ୟୁମେଣ୍ଟ ଦରକାର : ନିବାସ ପାଇଁ ଜାତି ପ୍ରମାଣପତ୍ର ,ପାନ୍ ଏବଂ ଆଧାରକାର୍ଡ,ଜିଏସଟି ନମ୍ବର ,ଜମି ଡକ୍ୟୁମେଣ୍ଟ୍ ର ସାର୍ଟିଫିକେଟ୍ ଆବଶ୍ୟକ ।