କନକ ବ୍ୟୁରୋ : ଦେଶର ୫ ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେପି ୪ ଟି ରାଜ୍ୟରେ ବାଜିମାତ କରିଛି । ସବୁଠାରୁ ବଡକଥା କି ୟୁପିରେ ପୁଣିଥରେ ବିଜେପି ନେତା ଯୋଗୀ ଆଦିତ୍ୟନାଥ ବହୁମତ ହାସଲ କରିଛନ୍ତି । ଏହି କ୍ରମରେ ଏଆଇଏମଆଇଏର ନେତା ଅସଦୁଦ୍ଦିନ ଓୱେସୀ କହିଛନ୍ତି କି ଆଜି ହେଉଛି ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳା ଦିନ । ଏହାସହ ଉତ୍ତର ପ୍ରଦେଶରେ ଗୋଟିଏ ସମୟରେ କ୍ଷମତା ଦଖଲ କରିପାରିଥିବା ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିର ପ୍ରଦର୍ଶନକୁ ନେଇ ସେ ମାୟାବତୀଙ୍କୁ କଟାକ୍ଷ କରି କହିଛନ୍ତି କି ୟୁପିରେ ବିଏସପି ଡୁବିଗଲା । ଯାହାକି ଗଣତନ୍ତ୍ର ପାଇଁ ବିପଦ ବୋଲି ଓୱେସୀ କହିଛନ୍ତି ।

Advertisment

କହିରଖୁ କି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଓୱେସୀଙ୍କ ଏଆଇଏମଆଇଏମ ପାର୍ଟି ଗୋଟିଏ ବି ଆସନରେ ଜିତିବାରେ ସକ୍ଷମ ହୋଇନାହିଁ । ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ ଦଳକୁ ମାତ୍ର ୦.୪୧ ପ୍ରତିଶତ ଭୋଟ ମିଳିଛି । ସେହିଭଳି ଦଳ ଗଠନ ହେବା ଠାରୁ ସବୁଠାରୁ ଦୟନୀୟ ପ୍ରଦର୍ଶନ କରିଛି ବହୁଜନ ସମାଜବାଦୀ ପାର୍ଟି । ବିଏସପି ବି ଗୋଟିଏ ଆସନରେ ଜିତିପାରି ନାହିଁ ।