କନକ ବ୍ୟୁରୋ : ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିଦ ଓୱେସିଙ୍କ କାର ଉପରକୁ ଗୁଳିମାଡ ହେବା ପରେ ତାଙ୍କର ସୁରକ୍ଷାକୁ କଡାକଡି କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅସଦୁଦ୍ଦିନ ଓୱେସିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ତୁରନ୍ତ ସିଆରପିଏଫର ଜେଡ୍ ସିକ୍ୟୁରିଟି ଦିଆଯାଇଛି । ତେବେ ଏହାପୂର୍ବରୁ ଓୱେସିଙ୍କ ସୁରକ୍ଷା ବାବଦରେ ଫୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା ।
ଗୁରୁବାର ଦିନ ମେରଠରୁ ଦିଲ୍ଲୀକୁ ଫେରୁଥିବା ସମୟରେ ଓୱେସିଙ୍କ ଗାଡି ଉପରକୁ ୪ ରାଉଣ୍ଡ ଗୁଳି ଚଳାଯାଇଥିଲା । ଟୋଲ ପ୍ଲାଜା ନିକଟରେ ଗାଡିର ବେଗ କମିବା କ୍ଷଣି ଗାଡି ଉପରକୁ ଗୁଳି ଚଳାଯାଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆମେ ସେଠାରୁ ଜୀବନ ନେଇ ଫେରିଥିଲୁ ବୋଲି କହିଥିଲେ ।
As per reliable sources, the Government of India has reviewed the security of AIMIM MP Asaduddin Owaisi and provided him with Z category security of CRPF with immediate effect.
(file photo) pic.twitter.com/J0fmwSn0HR
— ANI (@ANI) February 4, 2022
ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ସଚିନ ପଣ୍ଡିତ ଓ ଶୁଭମଙ୍କୁ ପୋଲିସ ଗିରଫ କରିଥିବା ବେଳେ ପଚରାଉଚରା ଜାରି ରହିଛି । ମିଳିଥିବା ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ସଚିନ ପଣ୍ଡିତ ଗ୍ରେଟର ନୋଏଡାର ବାଦଲପୁର ଅଞ୍ଚଳର ହୋଇଥିବା ବେଳେ ସେ ଏବେ ଲ ପାଠ ପଢୁଛନ୍ତି । ଏହାଛଡା ସଚିନ ବିଜେପିର ସଦସ୍ୟତା ମଧ୍ୟ ଗ୍ରହଣ କରିଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହାଛଡା ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ସାଂସଦ ମହେଶ ଶର୍ମା ଓ ଅନ୍ୟ ବିଜେପି ନେତାଙ୍କ ସଚିନଙ୍କ ଫଟୋ ଭାଇରାଲ ହେଉଛି ।
ଅନ୍ୟ ଅଭିଯୁକ୍ତ ଶୁଭମ ୧୦ମ ଯାଏଁ ପଢିଥିବା ବେଳେ ଏବେ ଚାଷ କରୁଛନ୍ତି । ତେବେ ଶୁଭମଙ୍କର ପୂର୍ବରୁ କୌଣସି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ନଥିବା ଜଣାପଡିଛି । ପଚରାଉଚରାରୁ ଜଣାପଡିଛି ଯେ ଉଭୟ ସଚିନ ଓ ଶୁଭମ, ଓୱେସି ଓ ତାଙ୍କର ଛୋଟ ଭାଇଙ୍କ ଭାଷଣକୁ ନେଇ ବେଶ ଖପ୍ପା ଥିଲେ । ସୋସିଆଲ ମିଡ଼ିଆରେ ଓୱେସିଙ୍କ ଭାଷଣକୁ ନେଇ ଉଭୟ ଭୀଷଣ ରାଗିଥିଲେ । ପୋଲିସ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ପିସ୍ତଲ ସହ ଏକ କାର ଜବତ କରିଛନ୍ତି ।