ଓୱେସିଙ୍କ ସମର୍ଥନରେ ବିଜେପି ସାଂସଦ, ଗୁଳିକାଣ୍ଡ ଘଟଣାକୁ ନେଇ କହିଲେ ଏଭଳି କଥା

ଓୱେସିଙ୍କ ସମର୍ଥନରେ ବିଜେପି ସାଂସଦ, ଗୁଳିକାଣ୍ଡ ଘଟଣାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ କଡା ନିନ୍ଦା କରି ସବୁ ଦଳର ସାଂସଦମାନେ କହିଛନ୍ତି କି ଲୋକତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ହେଲେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି କି, କେବଳ ତର୍କହୀନ କଟ୍ଟରପନ୍ଥୀମାନେ ଓୱେସିଙ୍କୁ ହତ୍ୟା କରିବା କଥା ଚିନ୍ତା କରିପାରିବେ । ଏହାସହ ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ଓୱେସି ରାଷ୍ଟ୍ରବାଦୀ ହୋଇ ନପାରିନ୍ତି କିନ୍ତୁ ସେ ଜଣେ ଦେଶଭକ୍ତ ।

ସର୍ବଦା ବିଜେପି ବିରୋଧରେ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ କହିଛନ୍ତି କି, ପରମ୍ପରାରେ ବିଶ୍ୱାସ କରୁ ନଥିବା କଟ୍ଟରପନ୍ଥୀମାନେ ଓୱେସିଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । ସେ ଜଣେ ରାଷ୍ଟ୍ରବାଦୀ ହୋଇନଥିଲେ ବି ଦେଶଭକ୍ତ ବୋଲି ସ୍ୱାମୀ ଲେଖିଛନ୍ତି । ସ୍ୱାମୀ ଏହାକୁ ସରଳ ଭାଷାରେ ବୁଝାଇବାକୁ ଯାଇ କହିଛନ୍ତି କି ଓୱେସି ହିନ୍ଦୁ ମୁସଲିମଙ୍କର ଗୋଟିଏ ଡିଏନଏ ବୋଲି ବିଶ୍ୱାସ କରୁ ନଥିଲେ ବି ସେ ଦେଶକୁ ରକ୍ଷା କରିବାକୁ ଚେଷ୍ଟା ଚଳାଇଛନ୍ତି ।

କହିରଖୁ କି ଗୁରୁବାର ଦିନ ସାଂସଦ ଅସଦୁଦ୍ଦିନ ଓୱେସି ଉତ୍ତର ପ୍ରଦେଶରେ ଏକ ନିର୍ବାଚନୀ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ବେଳେ ଏକ ଟୋଲପ୍ଲାଜା ନିକଟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏଥିରେ ତାଙ୍କର କିଛି କ୍ଷତି ହୋଇ ନଥିଲେ ବି ତାଙ୍କ କାର ଉପରେ ଗୁଳି ବାଜିଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଉତ୍ତର ପ୍ରଦେଶ ପୋଲିସ କହିଛି କି ଅଭିଯୁକ୍ତମାନେ ଓୱେସିଙ୍କ ବୟାନରେ ଅସନ୍ତୁଷ୍ଟ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe